www.samajalive.in
Monday, December 8, 2025
14.1 C
Bhubaneswar

ବିଜୁ ଏକ୍ସପ୍ରେସ ୱେ : ପାଉଲେପଡା ଛକ ରାସ୍ତା ଜଳମଗ୍ନ

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରଜପଥ ବିଜୁ ଏକ୍ସପ୍ରେସ ୱେର ଠେଲକୋଲୋଇ ହାଇସ୍କୁଲ ପାଖରୁ ପାଉଲେପଡା-ଧୂବେନଛାପଲ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମା ହୋଇ ରହିଛି। ଫଳରେ ଗମନାଗମନରେ ବ୍ୟାପକ ସମସ୍ୟା ଦେଖାଦେଇଥିଲା। ରାସ୍ତାନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ରାସ୍ତା ନିର୍ମାଣ ସମୟରେ ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷାଋତୁରେ ରାସ୍ତା ଉପରେ ପାଣି ଜମା ହୋଇ ରହୁଛି । ରାଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ସଡକ ତଥା ଶିଳ୍ପ କରିଡର କୁହାଯାଉଥିବା ସମ୍ବଲପୁର-ରାଉରକେଲା ରାଜ୍ୟରାଜପଥର ଏହି ଛକ ଅଞ୍ଚଳରେ ପ୍ରତିବର୍ଷ ବର୍ଷା ସମୟରେ ଏଭଳି ସମସ୍ୟା ଦେଖାଦେଇଯାଇଥାଏ। କିନ୍ତୁ ସମସ୍ୟାର କୌଣସି ସ୍ଥାୟୀ ପ୍ରତିକାର ଆଜି ପର୍ଯ୍ୟନ୍ତ କରାଯାଉ ନ ଥିବାରୁ ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories