www.samajalive.in
Friday, December 5, 2025
27.1 C
Bhubaneswar

ବିହାର ବିଧାନସଭା ନିର୍ବାଚନ: ୬ ଆସନ ଉପରେ ସମସ୍ତଙ୍କ ନଜର

ପାଟନା: ବିହାର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର୍‌ କରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟତଃ ଏନ୍‌ଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଏନ୍‌ଡିଏରେ ବିଜେପି, ଜେଡି(ୟୁ), ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ) ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ସାମିଲ ଥିବା ବେଳେ ମହାଗଠବନ୍ଧନରେ ଆରଜେଡି, କଂଗ୍ରେସ, ସିପିଆଇ (ଏମ୍‌ଏଲ), ସିପିଆଇ ଓ ସିପିଏମ୍‌ ଅଛନ୍ତି। ବିହାରର କେତେକ ଗୁରୁତ୍ବପୂର୍ଣ୍ଣ ଆସନ ସମ୍ପର୍କରେ ନିମ୍ନରେ ବିବରଣୀ ପ୍ରଦାନ କରାଗଲା।

ନୱାଦା : ଦକ୍ଷିଣ ବିହାରର ଏହି ଆସନରେ ଜେଡି(ୟୁ) ତରଫରୁ ବିଭା ଦେବୀ ପ୍ରାର୍ଥୀ ହୋଇଛନ୍ତି। ସେ ଆର୍‌ଜେଡି ଛାଡ଼ି ଜେଡି(ୟୁ)ରେ ସାମିଲ ହୋଇ ନିର୍ବାଚନ ଲଢ଼ୁଛନ୍ତି। ୨୦୨୦ରେ ସେ ବିଜୟୀ ହୋଇଥିବା ବେଳେ ଚଳିତଥର ଦଳ ପରିବର୍ତ୍ତନ କରିଥିବାରୁ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

- Advertisement -

ନାଳନ୍ଦା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଳନ୍ଦାର ମୂଳନିବାସୀ। ନାଳନ୍ଦାକୁ ଜେଡି(ୟୁ)ର ଗଡ଼ ବୋଲି କୁହାଯାଏ। ଗତଥର ନାଳନ୍ଦା ଜିଲାର ୭ଟି ଆସନରୁ ଜେଡି(ୟୁ) ୬ଟିରେ ପ୍ରାର୍ଥୀ ଦେଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ବିଜୟୀ ହୋଇଥିଲେ। ବିଜେପି ଓ ଆରଜେଡି ଗୋଟିଏ ଲେଖାଏଁ ଆସନରେ ଜିତିଥିଲେ।

ରାଘୋପୁର : ଏହି ଆସନ ଆରଜେଡିର ଗଡ଼ ଭାବେ ପରିଗଣିତ। ଏହି ଆସନରୁ ପୁନର୍ବାର ତେଜସ୍ବୀ ଯାଦବ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରୁ ତେଜସ୍ବୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ପ୍ରଶାନ୍ତ କିଶୋର ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ତେବେ ପ୍ରଶାନ୍ତ ଏହି ଆସନରୁ ନିର୍ବାଚନ ଲଢ଼ୁ ନାହାନ୍ତି।

ମହୁଆ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ଆରଜେଡିରୁ ବହିଷ୍କୃତ ହେବା ପରେ ଜନଶକ୍ତି ଜନତା ଦଳ ନାମକ ଏକ ଦଳ ଗଠନ କରିଛନ୍ତି। ସେ ମହୁଆ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ମହୁଆର ବିଧାୟକ ଥିଲେ। ତେବେ ବର୍ତ୍ତମାନ ଏହି ଆସନରେ ଆରଜେଡିର ମୁକେଶ କୁମାର ବିଧାୟକ ଅଛନ୍ତି।

ଅଲିନଗର : ଦରଭଙ୍ଗାର ଅଲିନଗର ଆସନରୁ ଲୋକଗୀତ ଗାୟିକା ମୈଥିଲି ଠାକୁର ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି। ନିଜ ଲୋକପ୍ରିୟତା ବଳରେ ସେ ବିଜୟୀ ହେବାକୁ ଆଶା ରଖିଥିବା ବେଳେ ଏଥିରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି।

ସୀମାଞ୍ଚଳ କ୍ଷେତ୍ର : ଏହି କ୍ଷେତ୍ରରେ ଥିବା ଆସନରେ ଏଆଇଏମ୍‌ଆଇଏମ୍‌ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରି ରଖିଛି। ଏହି କ୍ଷେତ୍ରରେ ଏଆଇଏମ୍‌ଆଇଏମ୍‌କୁ ଅନ୍ୟ ରାଜନୈତିକ ଦଳ ତରଫରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories