ସମାଜ ଲାଇଭ ଡ଼େସ୍କ : ବିହାରରେ ନୀତିଶ କୁମାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ ସମସ୍ତ ଅତିଥି ମାନେ ମଧ୍ୟ ପହଞ୍ଚି ସାରିଛନ୍ତି । ନୀତିଶଙ୍କ ସହ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାରି ମଧ୍ୟରେ ନୀତିଶଙ୍କ ମନ୍ତ୍ରିମଣ୍ଡଳ ପାଇଁ ବିଧାୟକ ମାନଙ୍କ ନାମ ଚୂଡ଼ାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏନଡିଏ ର ସମସ୍ତ ଦଳରୁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ସେମାନେ ହେଲେ ଜେଡିୟୁର ଲେସି ସିଂହ , ଜମା ଖାନ , ମଦନ ସହନୀ , ବିଜୟ ଚୌଧୁରୀ , ଅଶୋକ ଚୌଧୁରୀ , ବିଜେନ୍ଦ୍ର ଯାଦବ , ଶ୍ରବଣ କୁମାର । ବିଜେପିର ଦିଲୀପ ଯଯଶବଲ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ସୁରେନ୍ଦ୍ର ମେହତା , ନାରାୟଣ ପ୍ରସାଦ , ରମା ନିଷାଦ , ଲକ୍ଷେନ୍ଦ୍ର ପାସ୍ଵାନ , ଶ୍ରେୟସୀ ସିଂହ , ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ଏଲଜେପିର ସଞ୍ଜୟ ପାସ୍ଵାନ ଓ ସଞ୍ଜୟ ସିଂହ , ଆରଏଲଏମର ଦୀପକ ପ୍ରକାଶ ଏବଂ ଏଚଏଏମର ସନ୍ତୋଷ ସୁମନ ।



