www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଯୋଗୁଁ  ବନ୍ଦ ହେବନି ବିହାର ବିଧାନସଭା ନିର୍ବାଚନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ବିହାର କୋଭିଡ -୧୯ ମୁକ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ବିଚାର କରିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆବେଦନରେ କୌଣସି ଯଥାର୍ଥତା ନାହିଁ। ସୂଚନାଯୋଗ୍ୟେ ଚଳିତ ବର୍ଷ ଶେଷରେ ରାଜ୍ୟରେ ନିର୍ବାଚନ ହେବ।

ମାମଲାର ଶୁଣାଣି ସମୟରେ ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ଯେ ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ-୧୯ ପାଇଁ ଆଧାର ହୋଇପାରିବ ନାହିଁ। ବିଶେଷକରି ଯେତେବେଳେ ନିର୍ବାଚନ ଘୋଷଣା ନେଇ ବିଜ୍ଞପ୍ତି ଜାରି କରାଯାଇ ନାହିଁ। ଧାରା ୩୨ ଅନୁଯାୟୀ ଏହା ଏକ ଭୁଲ ଆବେଦନ, ଆମେ ଏହି ଆବେଦନକୁ ବିଚାର କରିପାରିବୁ ନାହିଁ |

- Advertisement -

ଏଥି ସହ ଜଷ୍ଟିସ ଏମ.ଆର ଶାହା କହିଛନ୍ତି ଯେ ନିର୍ବାଚନ ଆୟୋଗ ସମସ୍ତ ସତର୍କତା ଅବଲମ୍ବନ କରିବେ ଏବଂ ସବୁକିଛି ବିଚାର କରିବେ। ଆପଣ କାହିଁକି (ଆବେଦନକାରୀ) ଭାବୁଛନ୍ତି ଯେ ସେମାନେ ଏହି ଦିଗ ଗୁଡ଼ିକୁ ବିଚାର କରିବେ ନାହିଁ?

କୋଭିଡ -୧୯ ବିଶ୍ୱ ମହାମାରୀ ପରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅବିନାଶ ଠାକୁର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories