କୋଲକାତା: ବଙ୍ଗୀୟ ମନୋରଞ୍ଜନ ଶିଳ୍ପରୁ ଆସିଛି ଏକ ଦୁଃଖଦ ଖବର। ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବିଦିଶାଙ୍କ ମୃତଦେହ ତାଙ୍କ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବିଦିଶା ନଗର ବାଜାରରେ ଭଡ଼ା ଘରେ ରହୁଥିଲେ। ବୁଧବାର ରାତିରେ ପୁଲିସ ତାଙ୍କ ଫ୍ଲାଟରେ ବିଦିଶାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା। ଘରର କବାଟ ଭିତର ପଟରୁ ବନ୍ଦଥିଲା ଓ ପୁଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା। ପରେ ବିଦିଶାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ପୁଲିସକୁ ବିଦିଶାଙ୍କ ଘରୁ ସୁଇସାଇଡ଼ ନୋଟ୍ ମିଳିଥିବା ସୂଚନା ମିଳିଛି।



