www.samajalive.in
Monday, December 8, 2025
27.1 C
Bhubaneswar

ଭୂମିଙ୍କୁ ସୁଯୋଗ

ମୁମ୍ବଇ : ଅଭିନେତ୍ରୀ ଭୂମି ପେଦନକର୍‌ଙ୍କ ମତରେ ବଲିଉଡ ପ୍ରତିଯୋଗିତାରେ ସାମିଲ ହେବା ତାଙ୍କ ଲକ୍ଷ୍ୟ ନୁହେଁ। ବରଂ ଦମ୍‌ଦାର୍‌ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିବା ତାଙ୍କର ଇଚ୍ଛା। ନିକଟରେ ତାଙ୍କ ଅଭିନୀତ ‘ସୋନଚିଡ଼ିୟା’ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ପାଇନି ସତ, କିନ୍ତୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସିତ ହୋଇଛି। ଏବେ ତାଙ୍କ ହାତରେ ଭଲ ଅଫରମାନ ଅଛି। ଆୟୁଷ୍ମାନ୍ ଖୁରାନାଙ୍କ ସହ ସେ ବାଲା ଚଳଚ୍ଚିତ୍ରରେ ଦେଖାଦେବେ। ପୂର୍ବରୁ ​‌େ​‌ସ ଆୟୁଷ୍ମାନ୍‌ଙ୍କ ସହ ‘ଦମ୍ ଲଗାକେ ହଇସା’, ‘ଶୁଭ ମଙ୍ଗଲ ସାବଧାନ’ରେ କାମ କରିସାରିଛନ୍ତି। ଦୁଇଟିଯାକ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିବାବେଳେ ଏଥରକ ମଧ୍ୟ ଦର୍ଶକଙ୍କୁ ଉଭୟଙ୍କ ଯୋଡ଼ି ପସନ୍ଦ ଆସିବ ବୋଲି ତାଙ୍କ ଆଶା। ଏହା ସହ ତାଙ୍କୁ ବିକି କୌଶଲ୍‌ଙ୍କ ସହ ଏକ ଐତିହାସିକ ଚଳଚ୍ଚିତ୍ର ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ନିଜ ନୂଆ ପ୍ରୋଜେକ୍ଟକୁ ନେଇ ସେ ଖୁବ୍ ଖୁସି ଥିବାର କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories