www.samajalive.in
Thursday, December 11, 2025
23.1 C
Bhubaneswar

ରିମାଣ୍ଡର ଦ୍ୱିତୀୟ ଦିନରେ ଜେରା ହେବେ ଶର୍ମିଷ୍ଠା ! କ୍ରାଇମବ୍ରାଞ୍ଚ କରିବ ଘନଘନ ପ୍ରଶ୍ନ

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା । ୫ ଦିନଆ ରିମାଣ୍ଡରେ ଆସିଛନ୍ତି ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଓ ତାଙ୍କ ୪ ସହଯୋଗୀ । ଗତକାଲି ରିମାଣ୍ଡର ପ୍ରଥମ ଦିନରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ପ୍ରଶ୍ନ କରିଥିବା​‌ ବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଝାଳବୁହା ଜେରା କରିବ । କ୍ୟାମେରାମ୍ୟାନ୍‌ ମାନସଙ୍କୁ କାହିଁକି ହତ୍ୟା କରାଯାଇଥିଲା ? ହତ୍ୟା ପଛରେ କ’ଣ ରହିଛି କାରଣ ? କେଉଁଠି ହୋଇଥିଲା ଏହି ହତ୍ୟାକାଣ୍ଡ ? ହତ୍ୟାକାଣ୍ଡରେ ଆଉ କାହାର ରହିଛି କି ସମ୍ପୃକ୍ତି ? ଏମିତି ଗୁଡ଼ାଇତୁଡାଇ ଅନେକ ପ୍ରଶ୍ନ ପଚାରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଖାଲି ସେତିକି ନୁ​‌ହେଁ ଚର୍ଚ୍ଚା ହେଉଥିବା ମେମୋରି ଚିଫ୍‌ କେଉଁଠି ରହିଛି ତାକୁ ନେଇ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଘନଘନ ଜେରା କରିବ କ୍ରାଇମବ୍ରାଞ୍ଚ  ଟିମ୍‌ । ସୂଚନା ମୁତାବକ ଆଜି ଅଭିଯୁକ୍ତ ମାନଙ୍କୁ ଦୟାଲ ଆଶ୍ରମକୁ କ୍ରାଇମବ୍ରାଞ୍ଚ ନେବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଅଭିଯୁକ୍ତ ମାନଙ୍କୁ ନେଇ ସିନ୍‌ ରିକ୍ରିୟସନ କରିପାରେ କୁହାଯାଉଛି ।  ଏହି ହତ୍ୟାକାଣ୍ଡରେ କାହାର ରହିଛି ଅଧିକ ଭୂମିକା ଜାଣିବାକୁ ଚେଷ୍ଟାକରିବ କ୍ରାଇମବ୍ରାଞ୍ଚ ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories