www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରୁ ଫେରାର ପୂର୍ବତନ ବିଡ଼ିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ। ରମେଶଙ୍କ ନାଁରେ ରହିଛି ୭ଟି ଦୁର୍ନୀତି ମାମଲା । ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯାଇ ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। ଗିରଫରୁ ବର୍ତ୍ତିବା ପାଇଁ ଦୀର୍ଘ ୮ ବର୍ଷ ହେଲା ସେ ଦିଲ୍ଲୀ ଏବଂ ପଡୋଶୀ ଅଞ୍ଚଳରେ ଭଡା ଘରେ ରହି ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ । ଏପରି କି ସେ ଆସାମର ଜୋରହାଟକୁ ମଧ୍ୟ ପଳାଇ ଯାଇଥିଲେ। ନିକଟରେ ସେ ଆସାମରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ ଭିଜିଲାନ୍ସର ଏକ ଟିମ୍‌ ଡେରା ପକାଇଥିଲା। ଆଜି ହିଁ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories