ଭୁବନେଶ୍ୱର: ନିଖୋଜ ଥିବା ଦୁଇ ସ୍କୁଲ ଯାଇ ଦୁଇ ଛାତ୍ରଙ୍କୁ ଟିଟିଲାଗଡ଼ ସଇଁତଳା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ଉଦ୍ଧାର ହୋଇଥିବା ଦୁଇ ଛାତ୍ର ହେଲେ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର। ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ୨ ଦଶମ ଶ୍ରେଣୀ ଛାତ୍ର ସ୍କୁଲ୍ ଯାଇ ଘରକୁ ଫେରି ନ ଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।
Popular Categories



