www.samajalive.in
Monday, December 8, 2025
14.1 C
Bhubaneswar

‘ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ‘ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ଦଳ ଉପରେ ଖୁବ୍‌ ବର୍ଷିଛନ୍ତି । ସେ ତାଙ୍କ ଉଦବୋଧନରେ କହିଛନ୍ତି, ଆତ୍ମପ୍ରଚାରରେ ବ୍ୟସ୍ତ ରହୁଛନ୍ତି ଓଡ଼ିଶା ସରକାର । ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏଠାକାର ସରକାର ଧ୍ରୁତରାଷ୍ଟ୍ର ଦୋଷରେ ଗ୍ରସିତ । ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକ କଲ୍ୟାଣକୁ ବଳି ପକାଇବାକୁ ପଛାଉନାହାନ୍ତି ବୋଲି ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ‘ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ’ ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ତାହା ସହ ସେ ଆହୁରି କହିଛନ୍ତି କି,  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କଳା ଓ ସଂସ୍କୃତିର ଭୂମି ଓଡ଼ିଶା ସ୍ୱାଗତ ଜଣାଉଛି । ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଉତ୍ସାହ ଦେବ ।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତ ଦଳର କର୍ମୀ ମାନଙ୍କର ମନୋବଳ ବଢ଼ାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସଭା ଜନସମ୍ବାଦ ପାଇଁ ନୁହେଁ ବରଂ ଶାସନ ବ୍ୟବସ୍ଥାରେ ରହି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା କିଛି ଲୋକଙ୍କୁ ଜାଗ୍ରତ କରାଇବା ପାଇଁ ଆୟୋଜନ କରାଯାଇଛି । ଓଡ଼ିଶା ଦାୟିତ୍ୱରେ ଯେଉଁମାନେ ଅଛନ୍ତି ଆଜି ସେମାନେ ଏକଚାଟିଆ ମନୋବୃତ୍ତି ଚଲାଉଛନ୍ତି । ମୋଦି ସରକାରଙ୍କ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଆବାସ ଯୋଜନାରେ ଘର ସରକାର ଦାୟିତ୍ୱରେ ଥିବା ଲୋକଙ୍କ ଦଳୀୟ ଲୋକଙ୍କୁ ଦିଆଯାଉଛି । ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ମାହାଙ୍ଗାର ଶକ୍ତିକେନ୍ଦ୍ର ସ୍ତରର କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କ ହତ୍ୟା କରାଯାଉଛି ।

- Advertisement -

ମନରେଗାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ଜନସଂଖ୍ୟାର ପ୍ରାୟ ଏକ କୋଟି ଲୋକ ଯୁବକ ଯୁବତୀ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ମହିଳା ପ୍ରଗତିର ଡିଣ୍ଡିମ ପିଟୁଥିବା ସରକାରରେ ଆଜି ମହିଳା ମାନଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ କାହିଁକି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏଥି ସହିତ ସେ ତାଙ୍କର ଏହା କ’ଣ ପାରିବାପଣିଆ ଓ ମହିଳା ସଶକ୍ତିକରଣର ନମୁନା ? ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଏହା ସତ୍ତ୍ୱେ ରାଜ୍ୟରେ ଆୟୁଷ୍ମାନ ଭାରତ କାହିଁକି ଲାଗୁ ହେଉନାହିଁ ? ଏଠିକାର ଅସହିଷ୍ଣୁ ସରକାର କେବଳ ନିଜ ଭାବମୂର୍ତ୍ତିକୁ ଦେଖୁଥିବା ସରକାର । ନିଜ ନାଁ ଓ ନିଜର ପ୍ରସିଦ୍ଧି କରି ନିଜ ପରିବାର ମାଧ୍ୟମରେ ପୁରସ୍କାର ନେଇ ପ୍ରାୟୋଜିତ ଉତ୍ସବ କରିବାର ସରକାର । ଆତ୍ମପ୍ରଚାରରେ ବ୍ୟସ୍ତ ଏ ସରକାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି । ଏକଚାଟିଆ ମାନସିକତାରେ ବିଶ୍ୱାସ ରଖୁଥିବା ଏ ସରକାର ଧ୍ରୁତରାଷ୍ଟ୍ର ଦୋଷରେ ଗ୍ରସିତ ବୋଲି କହିଛନ୍ତି ।

ଓଡ଼ିଶାର କୋଇଲାରେ ପଞ୍ଜାବ, ଦିଲ୍ଲୀ ଓ ତାମିଲନାଡୁ ଭଳି ଅନେକ ଅଞ୍ଚଳରେ ବିଜୁଳି ବତୀ ଜଳେ । ତେବେ ଖଣିଜ ସମ୍ପଦ ଥିବା ସତ୍ତ୍ୱେ ଓଡ଼ିଶା ଦରିଦ୍ର କାହିଁକି ? କେନ୍ଦୁଝରରେ ଅମାପ ଖଣିଜ ସମ୍ପଦ ଥିବା ସତ୍ତ୍ୱେ ଓ ମୋଦି ସରକାରଙ୍କ ନୀତି କାରଣରୁ ବାର୍ଷିକ ହଜାର କୋଟି ଟଙ୍କା ରାଜସ୍ୱ ପାଇବା ସତ୍ତ୍ୱେ ଜିଲ୍ଲାର କୋମଳମତି ଶିଶୁମାନେ ଅପପୁଷ୍ଟିର ଶିକାର କାହିଁକି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଧ୍ରୁତରାଷ୍ଟ୍ରରେ ଗ୍ରସିତ ସରକାରକୁ ଜଗାଇବାକୁ ପଡ଼ିବ ବୋଲି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଭାଷା, ଓଡ଼ିଆ ସ୍ୱାଭିମାନ, ଉତ୍କଳୀୟ ପରମ୍ପରା, ବଡ଼ ଦେଉଳ ଓ ବଡ଼ ଠାକୁରଙ୍କ ପ୍ରଦେଶ ହେଉଛି ଓଡ଼ିଶା । ଏହି ପ୍ରଦେଶକୁ ଆଜି ଏକବିଂଶ ଶତାବ୍ଦୀରେ ନୂଆ ଉତ୍ସାହର ସହ ପୃଥିବୀରେ ସ୍ଥାପିତ କରିବାର ସମୟ ଆସିଛି । ଏହି ସମ୍ଭାବନାକୁ କିଏ ବାସ୍ତବର ରୂପ ଦେବ ? ତାହା ଅନୁଚିନ୍ତନ କରିବାର ସମୟ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ଗରିବ କଲ୍ୟାଣ କାର୍ଯ୍ୟକ୍ରମର ପ୍ରୟୋଗଶାଳା ହୋଇଛି । ସ୍ୱର୍ଣ୍ଣଗର୍ଭା ଓଡ଼ିଶା ପାଇଁ ମୋଦି ସରକାରଙ୍କ ନୀତି ସଂସ୍କାର ତଥା ଡିଏମଏଫ ପାଣ୍ଠି କାରଣରୁ ପୁଞ୍ଜିପତି ନୁହେଁ ବରଂ ଜନଜାତି ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଖଣିଜ ସମ୍ପଦର ଲାଭ ପାଉଛନ୍ତି । ମହାପ୍ରଭୁଙ୍କ ସେବା ପାଇଁ ଅର୍ଥ ପ୍ରଦାନ କରିବା ହେଉ କିମ୍ବା ଗରିବଙ୍କ ପାଇଁ ପିଏମ ଆବାସ, ଗରିବ କଲ୍ୟାଣ ଅନ୍ନ ଯୋଜନା, ଜନଧନ ଯୋଜନା କିମ୍ବା ଓଡ଼ିଶାର ଜନଜାତି ନେତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ପଦରେ ଅଭିସିକ୍ତ କରିବା ହେଉ, ପ୍ରଧାନମନ୍ତ୍ରୀ ଓଡ଼ିଶା ଅସ୍ମିତାକୁ ଏକ ଭବ୍ୟ ଓ ଗରିମାମୟ ପରିଚୟ ଦେବାରେ ସର୍ବାଗ୍ରେ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories