ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ୧୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ କେସ ୧୪୮ ଏବଂ ଲୋକାଲ କଣ୍ଟାକ୍ଟ କେସ ୯୨୮ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମିଶାଇ ବିଏମ୍ସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭୯୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୪୮୬୯ଜଣ ସୁସ୍ଥ ହୋଇଥିବାବେଳେ ୧୨୭୫୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୧୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍ି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 22nd May (till 9am). pic.twitter.com/UbcafWiZPP— BMC (@bmcbbsr) May 22, 2021



