www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରର ଘରୋଇକରଣ କରାଯିବ

ନୂଆଦିଲ୍ଲୀ: ଦେଶରେ ଆଉ ୧୩ଟି ବିମାନ ବନ୍ଦରର ଘରୋଇକରଣ କରାଯିବ। ଏହାକୁ ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅନୁମୋଦନ କରିଛନ୍ତି। ଏହି ୧୩ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ସମେତ ୬ଟି ବୃହତ ଓ ୭ଟି କ୍ଷୁଦ୍ର ବିମାନ ବନ୍ଦର ରହିଛି। ୭ଟି କ୍ଷୁଦ୍ର ବିମାନ ବନ୍ଦର ମଧ୍ୟରେ ଓଡ଼ିଶାର ଝାରସୁଗୁଡା ବିମାନ ବନ୍ଦର ମଧ୍ୟ ଘରୋଇକରଣ ହେବାକୁ ଯାଉଛି। ଆସନ୍ତାବର୍ଷ ଆଦ୍ୟଭାଗ ସୁଦ୍ଧା ଏଗୁଡିକର ଘରୋଇକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏହା କେନ୍ଦ୍ର ସରକାରଙ୍କର ଆସେଟ ମନିଟାଇଜେସନ ଅଭିଯାନରେ ପ୍ରଥମ ବୃହତ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୨୦୨୪ ସୁଦ୍ଧା କେନ୍ଦ୍ର ସରକାର ବିମାନ ବନ୍ଦରଗୁଡିକରେ ୩୬୬୦ କୋଟି ଟଙ୍କା ବେସରକାରୀ ନିବେଶ ଲକ୍ଷ୍ୟ ରଖିଛନ୍ତି। ସରକାର ସଡକ ଏବଂ ରେଳବାଇ ଠାରୁ ନେଇ ବିମାନ ବନ୍ଦର ଏବଂ ସହରାଞ୍ଚଳ ରିଅଲ ଇଷ୍ଟେଟ ଆଦି କ୍ଷେତ୍ରରେ ଆସେଟ ମନିଟାଇଜେସନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଘରୋଇକରଣ ହେବାକୁ ନିଷ୍ପତ୍ତି ନିଆଯାଇଥିବା ୬ଟି ବୃହତ ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର ରହିଛି। ସେହିଭଳି ୭ଟି କ୍ଷୁଦ୍ର ବିମାନ ବନ୍ଦର ହେଉଛି ଝାରସୁଗୁଡା, ଗୟା, କୁଶିନଗର, କାଙ୍ଗ୍ରା, ତିରୁପତି, ଜବଲପୁର ଏବଂ ଜଲଗାଓଁ। ନିବେଶକଙ୍କୁ ଆକୃଷ୍ଟ କରିବା ସକାଶେ କେତେକ ବୃହତ ବିମାନ ବନ୍ଦର ସହିତ କ୍ଷୁଦ୍ର ବିମାନ ବନ୍ଦରକୁ ସଂଯୁକ୍ତ କରାଯାଇଛି। ଏହି କ୍ରମରେ ବାରାଣସୀକୁ କୁଶିନଗର ଓ ଗୟା ସହିତ, ଅମୃତସରକୁ କାଙ୍ଗ୍ରା ସହିତ, ଭୁବନେଶ୍ୱରକୁ ଝାରସୁଗୁଡା ସହିତ ଏବଂ ଇନ୍ଦୋରକୁ ଜବଲପୁର ସହିତ ସଂଯୁକ୍ତ କରାଯାଇଛି। ଆସନ୍ତା ବର୍ଷ ଆଦ୍ୟଭାଗ ସୁଦ୍ଧା ସମୁଦାୟ ପ୍ରକ୍ରିୟା ଶେଷ କରିବାକୁ ଏଏଆଇ ସଂପ୍ରତି ନିବିଦା କାଗଜପତ୍ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବ। ୨୦୨୨ ଆଦ୍ୟଭାଗରେ ଏଥିପାଇଁ ନିବିଦା ଆହ୍ୱାନ କରାଯିବ। ସୂଚନାଯୋଗ୍ୟ ଯେ ରାଜସ୍ୱ ଭାଗିଦାର ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ବୃହତ ବିମାନ ବନ୍ଦର ସହିତ କ୍ଷୁଦ୍ର ବିମାନ ବନ୍ଦରକୁ ସଂଯୁକ୍ତ କରାଯାଉଛି। ବାରାଣସୀ-କୁଶନିର-ଗୟାକୁ ନେଇ ଗଠିତ ବୁଦ୍ଧିଷ୍ଟ ସର୍କିଟ ପାଇଁ ଅଧିକ ସଂଖ୍ୟକ ବିଡର ଆଗ୍ରହ ପ୍ରକାଶ କରିବା ଆଶା କରାଯାଉଛି। ଏହା ପୂର୍ବରୁ କରାଯାଇଥିବା ଘରୋଇକରଣ ପ୍ରକ୍ରିୟାରେ ଅରବ ପତି ଗୌତମ ଆଦାନିଙ୍କ ନେତୃତ୍ୱାଧୀନ ଆଦାନି ଗ୍ରୁପ ସମସ୍ତ ଛଅଟି ବିମାନ ବନ୍ଦର ଅହମଦାବାଦ, ଜୟପୁର, ଲଖନଉ, ତିରୁଅନନ୍ତପୁରମ, ମାଙ୍ଗାଲୁରୁ ଏବଂ ଗୁଆହାଟି ପାଇଁ ନିବିଦା ହାସଲ କରିଥିଲେ।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories