www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ଥଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କେବେ!

ବଲାଙ୍ଗୀର : ବଲାଙ୍ଗୀର ସନ୍ଥକବି ଭିମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଅବହେଲା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଇଲାଙ୍ଗୀର, ସୋନପୁର, କଳ।।ହାଣ୍ଡି, ନୂଆପଡା ଭଳି ଜିଲାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ହୋଇଥିବା ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ବ୍ୟବସ୍ଥା କରାଯାଇନାହିଁ। ଯାହାଫଳରେ ଡାକ୍ତରଖାନାରେ ବହୁ ସମୟରେ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ହେଉଥିବା ବେଳେ ରୋଗୀମାନଙ୍କୁ ଏହାର ଶୀକାର ହେବାକୁ ପଡିଥାଏ। ଏହାକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କିଛି ଦିନ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ତଥାପି ଏନେଇ କୈାଣସି ସ୍ଥାୟୀ ସମାଧାନର ସୂତ୍ର ବାହାରିପାରିନଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଧାନସଭା ପ୍ରଶ୍ନକାଳରେ ଏ ପ୍ରସଙ୍ଗ ଉଠାଇବା ସହିତ ମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ କରିଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଏହାର ସମଧାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ବଲାଙ୍ଗୀର ଜିଲା ମୁଖ୍ୟ ଡାକ୍ତରଖାନା ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଏହି ଡାକ୍ତରଖାନା ଉନ୍ନୀତ ହୋଇ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ମାନ୍ୟତା ପାଇଥିଲା। ମେଡିକାଲ କଲେଜ ଡାକ୍ତରଖାନାର ମାନ୍ୟତା ପାଇବା ପରେ ଭତ୍ତିଭୂମିରେ ଉନ୍ନତୀ ହେବା ସଙ୍ଗେ ସଙ୍ଗେ ରୋଗୀଙ୍କ ସଂଖ୍ୟା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଥିଲା। ମେଡିକାଲ କଲେଜ ଡାକ୍ତରଖାନାର ମାନ୍ୟତ ପାଇବା ପରେ ମଧ୍ୟ ଏହି ଡାକ୍ତରଖାନାର ଅନେକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି। ଏହି ଡାକ୍ତରଖାନାର ଏକ ପ୍ରମୁଖ ସମସ୍ୟା ହେଉଛି ବିଦ୍ୟୁତ ସମସ୍ୟା। ଏହା ଏକ ଜରୁରୀକାଳିନ ବ୍ୟବସ୍ଥା ହୋଇଥିବାରୁ ଡାକ୍ତରଖାନାରେ ୨୪ ଘଣ୍ଟିଆ ବିଦ୍ୟୂତ ସଂଯୋଗ ବ୍ୟବସ୍ଥା ରହିବା ବଦଳରେ ଏଠାରେ ସେହିଭଳି କିଛି ସୁବିଧା ଉପଲବ୍ଧ ନଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ତାଙ୍କ ଅଭିଭାବକମାନେ ବିଭିନ୍ନ ସମୟରେ ଅନ୍ଧାରରେ ରହିଥାନ୍ତି। ଏପରିକି ବିଭିନ୍ନ ସମୟରେ ଅପରେସନ ଗୁଡିକ ମୋବାଇଲ ଲାଇଟ କିମ୍ବା ମହମବତୀରେ କରାଯାଇଥିବା ବିଭିନ୍ନ ସମୟରେ ରୋଗୀମାନେ ଅଭିଯୋଗ କରିଥାନ୍ତି। ଦୀର୍ଘ ଦିନ ହେଲା ଏହି ସମସ୍ୟାରେ ଗତି କରୁଥିବା ମେଡିକାଲ କଲେଜ ଡାକ୍ତରଖାନାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହି ସମସ୍ୟାର ସମାଧାନ ପାଇଁ ଉଭୟ ମେଡିକାଲ କଲେଜ କର୍ତ୍ତୁପକ୍ଷ ଓ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ୨୪ ଘଣ୍ଟା ଧରି ଅନବରତ ବିଦ୍ୟୁତ ଯୋଇଗାଇବାରେ ବିଦ୍ୟୁତ ବିଭାଗ ଅକ୍ଷମ ପ୍ରକାଶ କରିଥିଲା। ଫଳରେ ଶ୍ରୀ ମିଶ୍ର ଆବଶ୍ୟକ ମୁତାବକ ଜେନେରେଟର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଏନେଇ ଶୁକ୍ରବାର ଶ୍ରୀ ମିଶ୍ର ବିଧାନସଭା ପ୍ରଶ୍ନକାଳରେ ପ୍ରସଙ୍ଗ ଉଠାଇଥିବା ଜଣାପଡିଛି। ଏହାର କେବେ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ବଲାଙ୍ଗୀର ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଏହି ସମସ୍ୟାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇ ସମାଧାନ କରାଯିବ ବୋଲି କହିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories