www.samajalive.in
Tuesday, December 9, 2025
16.1 C
Bhubaneswar

ଆଇସିୟୁ ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଦେଲେ ଭର୍ତ୍ତୃହରି

କଟକ : ବରିଷ୍ଠ ବିଜେଡ଼ି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ରାଜ୍ୟରେ ମହାମାରୀ ‘କରୋନା’ ମୁକାବିଲା ପାଇଁ ନିଜ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଏବଂ ୩ ମାସର ଦରମା ପ୍ରଦାନ କରିଛନ୍ତି। କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଠଗଡ଼ ମାଧପୁରଠାରେ ଥିବା ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ‘ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଏକ ପାଞ୍ଚଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା ନିମନ୍ତେ ଶ୍ରୀ ମହତାବ କଟକ ଜିଲାପାଳଙ୍କ ମାଧ୍ୟମରେ ୧ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟସ୍ତରରେ ‘କରୋନା’ ମୁକାବିଲା ନିମନ୍ତେ ନିଜ ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମଆରଏଫ)କୁ ଦେଇଛନ୍ତି। ମାଧପୁର ମେଡ଼ିକାଲରେ ଆଇସିୟୁ ନଥିବାରୁ ଆଠଗଡ଼ ଅଞ୍ଚଳର ରୋଗୀ ଅନେକ ସମୟରେ ସଙ୍କଟଜନକ ପରିସ୍ଥିିତିର ସମ୍ମୁଖୀନ ହେଉଥିଲେ। ସାଂସଦ ଶ୍ରୀ ମହତାବ କଟକ ସହର ସମେତ ସମଗ୍ର ଲୋକସଭା ନିର୍ବାଚନମଣ୍ଡଳୀରେ କରୋନା ନିମନ୍ତେ ବ୍ୟାପକ ସଚେତନତାକୁ ଗୁରୁତ୍ବ ଦେଇଥିବାବେଳେ ଲକ୍‌ଡାଉନ ସମୟରେ ଲୋକେ ସରକାରଙ୍କ ନିର୍ଦେଶକୁ ପାଳନ କରିବାକୁ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories