www.samajalive.in
Monday, December 8, 2025
20.1 C
Bhubaneswar

ଅଲିମ୍ ଦାର୍‌ଙ୍କ ଦରଦ, କରୋନା ଚିକିତ୍ସକଙ୍କୁ ଯୋଗାଉଛନ୍ତି ମାଗଣା ଖାଦ୍ୟ

ଲାହୋର : କରୋନା ଭାଇରସ୍ ସହ ବିଶ୍ବ ଲଢୁଛି। କରୋନାକୁ ରୋକିବା ନେଇ ଶିଳ୍ପପତିଙ୍କଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌ ବଢାଉଛନ୍ତି ସହାୟତାର ହାତ। ଏଭଳି ସ୍ଥିତିରେ ପାକିସ୍ତାନରେ କରୋନା ମୁକାବିଲା କରିବା ନେଇ ସରକାରଙ୍କ ସହ ତାଳ ଦେଇଛନ୍ତି ଆଇସିସି ପ୍ୟାନେଲ ଅମ୍ପାୟାର ଅଲିମ୍‌ ଦାର୍‌। ସାରା ଦେଶରେ ଲକ୍‌ ଡାଉନ୍‌ ସମୟରେ ରୋଗୀ ଓ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତିମାନଙ୍କୁ ମାଗଣାରେ ଖାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି ଦାର୍‌। ଲାହୋରରେ ରହିଥିବା ତାଙ୍କ ହୋଟେଲରେ ଏହି ସୁବିଧା ଉପଲବ୍ଧ କରିଛନ୍ତି ଦାର୍‌।
କରୋନା ଭାଇରସରେ ଏବେ ସୁଦ୍ଧା ପାକିସ୍ତାନରେ ୧୦୦୦ରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି। ସାରା ଦେଶ ଲକ୍‌ଡାଉନ୍ ହୋଇଛି। କିଭଳି କରୋନାକୁ ରୋକାଯାଇପାରିବ ସେ ନେଇ ସରକାର ଯୋଜନା ମୁତାବକ କାର୍ୟ୍ୟ କରୁଛନ୍ତି। ଲକ୍‌ଡାଉନ୍ ପାଇଁ ସବୁ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଅତ୍ୟାବଶ୍ୟକୀୟ କାର୍ୟ୍ୟରେ ମଧ୍ୟ କିଛି ବ୍ୟକ୍ତି ଦିନରାତି ନିୟୋଜିତ ରହୁଛନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବା ନେଇ ଲାହୋରର ପାଇ ରୋଡ୍‌ରେ ରହିଥିବା ଦାର୍‌ ଡିଲାଇଟ୍‌ରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଦେଶର ବିପଦ ସମୟରେ ଏଭଳି କାର୍ୟ୍ୟ କରିବା ନେଇ ମୋନେ ଆତ୍ମସନ୍ତୋଷ ଲାଗୁଛି ବୋଲି ଦାର୍‌ କହିଛନ୍ତି। ପାକିସ୍ତାନରେ କରୋନା ମୁକାବିଲା କରିବା ନେଇ ପୂର୍ବରୁ ପୂର୍ବତନ ଓପନର ସାହିଦ୍ ଆଫ୍ରିଦି ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ବାଣ୍ଟୁଥିବାବେଳେ ଆଇସିସି ପ୍ୟାନେଲ ଅମ୍ପାୟାର ଦାର୍‌ଙ୍କ ମହାନତା ଆଉ ଏକ ଉଦାହରଣ ସୃଷ୍ଟି କରିଛି। କରୋନା ମୁକାବିଲା ଲାଗି ସରକାରଙ୍କ ସହ କ୍ରୀଡ଼ାବିତ୍‌ମାନେ ସାରା ବିଶ୍ବରେ ଆଗେଇ ଆସୁଥିବାବେଳେ ପାକିସ୍ତାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ୫୧ ବର୍ଷୀୟ ଏହି ଆଇସିସି ପ୍ୟାନେଲ ଅମ୍ପାୟାର ଦାର୍‌ ୪୦୦ ଅନ୍ତର୍ଜାତୀୟ ମ୍ୟାଚ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories