www.samajalive.in
Saturday, December 6, 2025
26.1 C
Bhubaneswar

ଦୀର୍ଘ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ: ଗଞ୍ଜାମ ସହରରେ ଅବସ୍ଥିତ ଭାରତୀ ବିଦ୍ୟାପୀଠ ଗତ ୬୬ବର୍ଷ ପୂର୍ବେ ପ୍ରତିଷ୍ଠା କରାଯଇଥିଲା । ଏଠାରେ ସମସ୍ତ ଭିତ୍ତି ଭୂମି ରହିଛି ଶିକ୍ଷାର ଉନ୍ନତି ପାଇଁ । କିନ୍ତୁ ଦୁଃଖର ବିଷୟ ହେଲା ଏତେ ବର୍ଷର ପୁରୁଣା ସ୍କୁଲ ହୋଇଥିଲେ ମଧ୍ୟ ଏହି ସ୍କୁଲରେ ଦୀର୍ଘ ଦିନ ହେଲା ଜଣେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳୁନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ, ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ସ୍କୁଲରୁ ଏନସିସିକୁ ଉଠାଇ ଦିଆଯାଇଛି । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯଇଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିନାହିଁ । ଏହି ସ୍କୁଲର ଦୁଇ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସୂଚନା ଯୋଗ୍ୟ ଯେ, ଏହି ସ୍କୁଲଟି ୧୯୫୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏପରିକି ଗତ ୨୦୧୧ ମସିହାରେ ସ୍କୁଲ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ତତକାଳୀନ ରାଜ୍ୟପାଳ ଏହି ଉତ୍ସବରେ ଯୋଗ ଦେଇଥିଲେ। ଅନେକ ମେଧାବୀ ଛାତ୍ର ଏହି ସ୍କୁଲରେ ପଢି ଆଜି ସମାଜରେ ଭଲ ସ୍ଥିତିରେ ରହିଛନ୍ତି । ବର୍ତମାନ ସ୍କୁଲରେ ବାର ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି । ଚଳିତ ବର୍ଷ ଦଶମରେ ୯୩ ଓ ନବମ ଶ୍ରେଣୀରେ ୮୨ ଜଣ ଛାତ୍ର ରହିଛନ୍ତି। ଐତିହାସକ ଗଞ୍ଜାମ ସହରରେ ରହିଥିବା ଏହି ପୁରାତନ ସ୍କୁଲର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବୀ ହେଉଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories