www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ : ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିନିବେଶ (ଏଫଡିଆଇ)କୁ ପ୍ରୋତ୍ସାହନ ଦିଆଯିବାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହିତ ଘରୋଇ ରିଟେଲ କମ୍ପାନୀ ଫ୍ଲିପକାର୍ଟକୁ ୱାଲମାର୍ଟ ଅଧିଗ୍ରହଣ କରିବାକୁ ମଧ୍ୟ ସଂଘ ବିରୋଧ କରିଛି। ସିଏଆଇଟିର ପଶ୍ଚିମବଙ୍ଗ ଚାପ୍ଟର ସାଧାରଣ ସମ୍ପାଦକ ରବିଶଙ୍କର ରାୟ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦେଶର ୭କୋଟି ବ୍ୟବସାୟୀ ଏହି ବନ୍ଦ ପାଳନରେ ଅଂଶଗ୍ରହଣ କରିବେ। ବ୍ୟବସାୟୀମାନେ ନିଜର ବ୍ୟବସାୟ ଓ ଅଧିକାର ସୁରକ୍ଷା ପାଇଁ ଏହି ପାଳନ କରିବେ।
ସିଏଆଇଟି ଅଭିଯୋଗ କରିଛି ଯେ ମଲଟି ନ୍ୟାସନାଲ କମ୍ପାନୀଗୁଡିକୁ ଦେଶର ଖୁଚୁରା ବ୍ୟବସାୟ ଲାଗି ସୁଯୋଗ ଦିଆଯାଉଛି। ସଂଘ କହିଛି ଯେ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜିନିବେଶକୁ ସୁଯୋଗ ଦ୍ୱାରା ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବିପର୍ଯ୍ୟୟ ସୃଷ୍ଟି କରିବାକୁ ବସିଲାଣି। ୱାଲମାର୍ଟ ଓ ଫ୍ଲିପକାର୍ଟ ମଧ୍ୟରେ ହୋଇଥିବା ବୁଝାମଣା ସରକାରଙ୍କ ଏଫଡିଆଇ ନୀତିକୁ ଉଲ୍ଲଙ୍ଘନ କରୁଛି ବୋଲି ସିଏଆଇଟି ଅଧ୍ୟକ୍ଷ ବିସି ଭରତିଆ କହିଛନ୍ତି। ଦେଶର ବ୍ୟବସାୟୀମାନେ ନିଜକୁ ଅବହେଳିତ ମନେ କରୁଛନ୍ତି ଓ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଲେଣି ବୋଲି ସଂଘ କହିଛି। ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜିନିବେଶର ଆବଶ୍ୟକତା ନାହିଁ। ଘରୋଇ ବ୍ୟବସାୟୀମାନେ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ସକ୍ଷମ। ବନ୍ଦ ପାଳନ ସମୟରେ ଦିଲ୍ଲୀରେ ସମସ୍ତ ପାଇକରି ଓ ଖୁଚୁରା ବଜାର ବନ୍ଦ ରହିବ।
ତେବେ ଏହି ବନ୍ଦରେ ରାଜ୍ୟରୁ ୨୦ ଲକ୍ଷ ଖୁଚୁରା ବ୍ୟବସାୟୀ ଅଂଶଗ୍ରହଣ କରିବେ। ଏହି ବ୍ୟବସାୟ ବନ୍ଦ ଡାକରା ଯୋଗୁ ରାଜ୍ୟରେ ୧.୧୦ କୋଟି ଟଙ୍କାର କାରବାର ପ୍ରଭାବିତ ହେବାର ସମ୍ଭାବନା ରହିଛି।
ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ବନ୍ଦ ସହିତ ଔଷଧ ବ୍ୟବସାୟୀମାନେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ଏଥିଯୋଗୁ ଶୁକ୍ରବାର ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡି) ପକ୍ଷରୁ ଦିଆଯାଇଥିବା ଡାକରା ଅନୁଯାୟୀ ଏହି ବନ୍ଦ ପାଳନ କରାଯିବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଇ-ଫାର୍ମାସି ବ୍ୟବସ୍ଥାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହି ନୀତି ଯୋଗୁ ଦେଶର ୮ ଲକ୍ଷ ଏବଂ ରାଜ୍ୟର ୧୮ହଜାର ଔଷଧ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ତେବେ ଏହି ଆନ୍ଦୋଳନରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଔଷଧ ଦୋକାନକୁ ବାଦ୍‍ ଦିଆଯାଇଛି। ରୋଗୀଙ୍କ ପାଇଁ ଜରୁରୀକାଳୀନ ସ୍ଥିିତିରେ ଆବଶ୍ୟକ ହେଉଥିବା ଜୀବନରକ୍ଷାକାରୀ ଔଷଧକୁ ଏହି ସବୁ ଔଷଧ ଦୋକାନରେ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ବନୋଜ ଜେନା କହିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories