www.samajalive.in
Saturday, December 6, 2025
26.1 C
Bhubaneswar

‘ଏବେ ରାମ ମନ୍ଦିର ନିର୍ମାଣ ହେଲେ ୨୦୨୫ରେ ସରିବ’

ଲକ୍ଷ୍ନୌ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌) କଡ଼ା ଚେତାବନୀ ଶୁଣାଇଛି। ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ ଭୟାଜୀ ଜୋଷୀ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ଭାବେ ଶୁଣାଇଛନ୍ତି ଯେ ‘ବର୍ତ୍ତମାନ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ୨୦୨୫ ସୁଦ୍ଧା ଶେଷ ହେବା ଦରକାର। ଏବେ ଯଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ; ତେବେ ୫ବର୍ଷରେ ଏହା ଶେଷ ହେବ ଏବଂ ଆମେ ଏହା ଦୃଢ଼ତାର ସହ ଚାହୁଁଛୁ।’ ଅଯୋଧ୍ୟାରେ ରାମ ମନ୍ଦିର ଭଙ୍ଗାଯାଇ ଏହି ସ୍ଥାନରେ ୧୫୭୮ରେ ମୋଗଲ ସମ୍ରାଟ ବାବରଙ୍କ ଦ୍ବାରା ନିର୍ମିତ ବାବରୀ ମସଜିଦ୍‌ ୧୯୯୨ ଡିସେମ୍ବର ୬ରେ ଭଙ୍ଗା ହୋଇଛି, ଏଠାରେ ହିଁ ପୁନର୍ବାର ମନ୍ଦିର ହେବା ଦରକାର। ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ଦିନ ଗଡ଼ି ଗଡ଼ି ଚାଲିଥିବାରୁ ଏହାକୁ ଅପେକ୍ଷା ନ ରଖି ସରକାର ତୁରନ୍ତ ମନ୍ଦିର ନିର୍ମାଣ ଆରମ୍ଭ କରିବା ଦରକାର ବୋଲି ଭୟାଜୀ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories