www.samajalive.in
Sunday, December 7, 2025
23.1 C
Bhubaneswar

ଫେବୃଆରୀରୁ ମିଳିବ ମାଗଣା ରକ୍ତ

ଭୁବନେଶ୍ୱର : ଏଣିକି ସବୁ ବର୍ଗର ରୋଗୀଙ୍କୁ ସରକାର ମାଗଣା ରକ୍ତ ଯୋଗାଇବେ। ନିର୍ଦିଷ୍ଟ ବର୍ଗର ରକ୍ତ ପାଇଁ ଜରୁରୀ ପରିସ୍ଥିତି ବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ରକ୍ତ ବଦଳବେଳେ କୌଣସି ଅର୍ଥ ଗ୍ରହଣ କରାଯିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି।
ଏ ସଂକ୍ରାନ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଆସନ୍ତା ଫେବୃଆରୀ ପହିଲାରୁ ଏପିଏଲ ଓ ବିପିଏଲ୍ ବର୍ଗର ରୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ରକ୍ତ ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ବାବଦରେ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୭୦କୋଟି ଟଙ୍କା ବିଭିନ୍ନ ସରକାରୀ ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେବାକୁ ରହିଥିବାବେଳେ ୩୦କୋଟି ଟଙ୍କା କେବଳ ରକ୍ତଭଣ୍ଡାର ସୁଦୃଢ଼ୀକରଣ ଓ
ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଦେୟ ହେବ। ପୂର୍ବରୁ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକୀୟ ବର୍ଗର ରକ୍ତଶିକୁଳି, ଥାଲାସେମିଆ, ହେମୋଫୋଲିଆ ରୋଗୀ ଏବଂ ସଦ୍ୟ ଜନ୍ମ ଗ୍ରହଣ କରିଥିବା ମା’ମାନଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯିବା ସହିତ ପରିବହନ ବାବଦ ଖର୍ଚ୍ଚ ଦିଆଯାଉଥିଲା।
ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ରକ୍ତଦାନ କାର୍ଯ୍ୟକ୍ରମ ଏବଂ ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସତ୍ବେ ଏବେବି ୨୦ ପ୍ରତିଶତରୁ ଅଧିକ ରୋଗୀଙ୍କୁ ଠିକଣା ସମୟରେ ରକ୍ତ ମିଳୁ ନାହିଁ। ଚିକିତ୍ସା ବେଳେ ରୋଗୀଙ୍କୁ ନିର୍ଦିଷ୍ଟ ଗ୍ରୁପର ରକ୍ତ ମିଳୁ ନ ଥିବାନେଇ ସମସ୍ୟା ସୃଷ୍ଟି ହେଉଥିଲା। ସମୟେ ସମୟରେ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଦେଉଥିବାବେଳେ ସେ ବାବଦକୁ ରକ୍ତଭଣ୍ଡାର ପକ୍ଷରୁ ପ୍ରକ୍ରିୟାକରଣ
ଫି’ ବାବଦକୁ ୩୫୦ରୁ ୪୦୦ଟଙ୍କା ନିଆଯାଉଥିଲା। ପଞ୍ଜାବରେ ସମଦଶା ଭୋଗୁଥିବା ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇବାକୁ ସେଠାକାର ସରକାର ଘୋଷଣା କରିବା ନେଇ ‘ସମାଜ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ଏ ଦିଗରେ ବିଶେଷ ପଦକ୍ଷେପ ନେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories