www.samajalive.in
Wednesday, December 10, 2025
18.1 C
Bhubaneswar

ନେତନ୍ୟାହୁ ଲିକୁଡ୍‌ ପାର୍ଟି ଅଧ୍ୟକ୍ଷ ନିର୍ବାଚିତ

ଜେରୁଜେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ପଦବୀ ଲାଗି ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଦଳ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଲିକୁଡ୍‌ ପାର୍ଟି ଅଧ୍ୟକ୍ଷ ଚୟନ ପାଇଁ ହୋଇଥିବା ନିର୍ବାଚନରେ ୪୯ ପ୍ରତିଶତ ସଦସ୍ୟ ମତଦାନରେ ସାମିଲ ହୋଇଥିଲେ। ଦଳର ମୋଟ ୧ ଲକ୍ଷ ୧୬ ହଜାର ସଦସ୍ୟଙ୍କ ପାଇଁ ଦେଶରେ ୧୦୬ ମତଦାନ କେନ୍ଦ୍ର ହୋଇଥିଲା। ନେତନ୍ୟାହୁଙ୍କୁ ୭୨.୫ ପ୍ରତିଶତ ଭୋଟ ମିଳିଥିବାବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଗିଦୋନ ସାରଙ୍କୁ ୨୭.୫ ପ୍ରତିଶତ ଭୋଟ ମିଳିଛି।

ଫଳାଫଳ ପ୍ରକାଶ ପରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଗିଦୋନ ସାର ନିଜର ପରାଜୟ ସ୍ବୀକାର କରିଛନ୍ତି। ସେ ଦୀର୍ଘଦିନ ଧରି ଲିକୁଡ୍‌ ପାର୍ଟିରେ ନେତନ୍ୟାହୁଙ୍କ ନୀତିଗୁଡ଼ିକୁ ସମାଲୋଚନା କରିଆସୁଥିଲେ। ପରାଜୟ ପରେ ସେ ନେତନ୍ୟାହୁଙ୍କ ନେତୃତ୍ଵକୁ ସ୍ବୀକାର କରୁଥିବା କହିଛନ୍ତି। ବିଜୟ ପରେ ନେତନ୍ୟାହୁ ଟ୍ବିଟ୍‌ କରି କହିଛନ୍ତି ଯେ, ଭଗବାନଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ସହାୟତା ଯୋଗୁ ମୁଁ ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିବାରୁ ଲିକୁଡ୍‌ ପାର୍ଟିର ନେତୃତ୍ଵ ନେବି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories