www.samajalive.in
Monday, December 8, 2025
27.1 C
Bhubaneswar

କେଶ ପାଇଁ ଟମାଟୋର ବ୍ୟବହାର

ଏହା ଆମେ ଜାଣନ୍ତି ଯେ ଟମାଟୋ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ହେବା ସହ ତ୍ବଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, କେଶଜନିତ ଅନେକ ସମସ୍ୟା ଦୂର କରିବାରେ ଟମାଟୋ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଶ ପାଇଁ ଟମାଟୋର ବ୍ୟବହାର ବିଷୟରେ –

-ପ୍ରଥମେ ଟମାଟୋ ଜୁସ୍ ପ୍ରସ୍ତୁତ କରି ଏହାକୁ ତେଲ ଭଳି କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶରୁ ରୂପି ସମସ୍ୟା ଦୂର କରିବା ସହ କେଶକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ କେଶରେ ରୂପି ସମସ୍ୟା ବଢିଯାଇଥାଏ ତେବେ ଟମାଟୋ ଜୁସ୍ରେ ମହୁ ମିଶାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହକୁ ଲଗାଇ ୩୦ ମିନିଟ୍ ପର୍ୟ୍ୟନ୍ତ ରଖିବା ପରେ ଭଲଭାବେ କେଶକୁ ଧୋଇଦିଅନ୍ତୁ।
-ଟମାଟୋ ଜୁସ୍ କେଶରେ ଲଗାଇବା ଦ୍ବାରା କେଶରେ ଚମକ ଆସିବା ସହ କେଶ ମଜଭୁତ ଓ ସୁନ୍ଦର ହୋଇଥାଏ।
-ଟମାଟୋ ଜୁସ୍ ବ୍ୟବହାର କରିବା ଦ୍ବାରା ଶୁଷ୍କ ଏବଂ ପତଳା କେଶ ଘନ ହୋଇଥାଏ। ଏହା ବ୍ୟତୀତ ଯଦି ଆପଣଙ୍କ ମୁଣ୍ଡ କୁଣ୍ଡେଇ ହେଉଥାଏ, ତେବେ ଟମାଟୋ ଜୁସ୍ ସହ ତେଲ ମିଶାଇ ମୁଣ୍ଡରେ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
-ଟମାଟୋରେ ଥିବା ଭିଟାମିନ-ଏ, ସି ଏବଂ ଇ କେଶକୁ ମଜଭୁତ୍ ରଖିଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା କେଶ ଫାଟି ନଥାଏ ଏବଂ କେଶ ମୋଟା ହୋଇଥାଏ।
-ଏହି ଜୁସ୍ ମଧ୍ୟ କେଶର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories