ବେଲଗାଁ: ଗୁରୁବାର ଟିଟିଲାଗଡ ବ୍ଲକ ଦେସିଲ ସ୍ଥିତ ‘ଆଶା’ ଅନୁଷ୍ଠାନ କାର୍ଯ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ‘ଆଶା’ ସମ୍ପାଦକ ସଞ୍ଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ କଲ୍ୟାଣ ନେଇ ବିଭିନ୍ନ ଯୋଜନା ସମ୍ପର୍କରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଏଅବସରରେ ସଇଁନ୍ତଲା ବ୍ଲକର ବିକାଶ ହରପାଲ, ଗୌତମ ପୁଟେଲ, ବଙ୍ଗୋମୁଣ୍ଡା ବ୍ଲକର ଦାମିନି ପୁଟେଲ, ଲିପ୍ସା ମହାନନ୍ଦ, ମୁରିବାହାଲ ବ୍ଲକର ବୈଦ୍ୟନାଥ ମାଝୀ, ଚିତ୍ରସେନ ରଣା, ଭବାନିପାଟଣା ବ୍ଲକର କନକ ସାହୁ, ରିମାନ ନାଗ ପ୍ରମୁଖ ୪୦ ଜଣ ଭିନ୍ନକ୍ଷମଙ୍କୁ ଖୁଚୁରା ବ୍ୟବସାୟ ପାଇଁ ମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନର ଶୁଭାରମ୍ଭ କରିଥିଲେ।
ଭିନ୍ନକ୍ଷମଙ୍କ ସେବାରେ ଉତ୍ସଗୀକୃତ ଭବାନିପାଟଣା ବ୍ଲକର ସୁବାଶ ରଥ, ମୁରିବାହାଲ ବ୍ଲକର ପ୍ରତାପ ଘିବେଲା, ବଙ୍ଗୋମୁଣ୍ଡା ବ୍ଲକର ସୁରେଶ କୁମ୍ଭାର, ସଇଁନ୍ତଲା ବ୍ଲକର ରାଜେନ୍ଦ୍ର ସାହୁଙ୍କୁ ମନ୍ତ୍ରୀ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂଯୋଜକ ସୁବ୍ରତ ବାଗ ସ୍ୱାଗତ ଭାଷଣ ଦେଇଥିବାବେଳେ ଗୋବିନ୍ଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା, ସଇଁନ୍ତଲା, ମୁରିବାହାଲ, ଭବାନିପାଟଣା ବ୍ଲକର ଭିନ୍ନକ୍ଷମ, ବିଭିନ୍ନ ଉତ୍ପାଦକ ଗୋଷ୍ଠୀ, ଜଳଛାୟା କମିଟି ପ୍ରତିନିଧିଙ୍କ ସମେତ ବିଜେଡି ଯୁବ ନେତା ରୁଟୁ ବାଗ, ପୁଷୁ ଜୈନ, ସୁଧିର ପଟ୍ଟନାୟକ, ପ୍ରମୋଦ ପଟ୍ଟନାୟକ, ଗୟ ବଗର୍ତ୍ତି ତଥା ଅନୁଷ୍ଠାନର ଶ୍ରାବଣୀ ପ୍ରଧାନ, ପୂଜା ପଣ୍ଡା, ମିନାକ୍ଷୀ ମାଝୀ, ଝିଲିରାଣୀ ବିଶି, ପ୍ରିୟଙ୍କା ପଟ୍ଟନାୟକ, ପଦ୍ମିନୀ ସାହୁ, ପ୍ରଦୀପ ସୁନା, ଚୁଡାମଣୀ ମାଝୀ, ରୋହିତ ଝାଙ୍କର, ବେଲାର ସେନ ସାହୁ, ନିଲାମ୍ବର ଟାଣି, ବିପିନ ଜାନୀ, ବୃନ୍ଦାବନ କୁମ୍ଭାର, ବିରାଜ ରଣା, ସରୋଜ ସାହୁ, ଦଉଲ ମହାନନ୍ଦ, ରବି ନାଗ, ଲିତେଶ ନାୟକ, ପିତାମ୍ବର କୁମ୍ଭାର, ଟେମରାଜ ରଣା, ଅରବିନ୍ଦ ରଣା, ଗୁପ୍ତେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ଫିଜିକାଲ ଥେରାପି କେନ୍ଦ୍ର ପରିଭ୍ରମଣ ସହ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। କେନ୍ଦ୍ରର ସଠିକ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ ତଥା ଭିନ୍ନକ୍ଷମଙ୍କୁ ନେବା ଆଣିବା ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।



