www.samajalive.in
Monday, December 8, 2025
14.1 C
Bhubaneswar

ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟସ୍କୁଲ ଯୋଜନାରୁ ବାଦ ପଡିବା ନେଇ ଅସନ୍ତୋଷ, ଯୋଜନାଭୁକ୍ତ କରାଯିବା ପାଇଁ ଦାବି

ବେଗୁନିଆ : ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାଲାଗି ରାଜ୍ୟସରକାର ସ୍ମାର୍ଟସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମେ ସ୍କୁଲଗୁଡିକର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟର ସ୍କୁଲଗୁଡିକ ଚିହ୍ନଟ କରାଯାଇଛି । ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଶିକ୍ଷା ମଣ୍ଡଳ ଅଧିନସ୍ଥ ବେଗୁନିଆ ବ୍ଲକରୁ ୨ ଟି ସ୍କୁଲ ଚିହ୍ନଟ ହୋଇଛି । ହେଲେ ବେଗୁନିଆବ୍ଲକର ସଦର ମହାକୁମାସ୍ଥିତ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ଏଥିରୁ ବାଦ ଦିଆଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବେଗୁନିଆ ବ୍ଲକର ସିକୋ ଚନ୍ଦ୍ରଶେଖରଦେଵ ଉଚ୍ଚ ବିଦ୍ୟାଳୟ ଏବଂ ପୋଡାଡିହଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଅନ୍ତର୍ଭୁକ୍ତ କରାଯାଇଛି ।ସ୍ମାର୍ଟସ୍କୁଲ ଯୋଜନାରେ ପ୍ରତେକ ସ୍କୁଲକୁ ୧ କୋଟି ଟଙ୍କା ଅନୁଦାନ ମିଳିବ । ସେଥିରେ ବିଦ୍ୟାପୀଠର ଭିତ୍ତିଭୂମିର ବିକାଶ, ଲାଇବ୍ରେରୀ, ଲାବୋରଟାରୀ, ଉଦ୍ୟାନ ଏବଂ ଖେଳ ପଡିଆ ଆଦିର ଉନ୍ନତିକରଣ କରାଯିବ । ବିଦ୍ୟାଳୟର ପ୍ରତେକ ପିଲାର ବ୍ୟକ୍ତିତ୍ୱ ବିକାଶ, ଗୁଣାତ୍ମକ ଶିକ୍ଷାଦାନ, ଭାଷାଗତ ଦକ୍ଷତା ଏବଂ ସର୍ବୋପରି ଏବଂ ଜଣେ ଉତ୍ତମ ନାଗରିକ ହେବାପାଇଁ ସମସ୍ତ ତାଲିମ ପ୍ରଦାନ କରାଯିବାର ଯୋଜନା ରହିଛି । ବ୍ଲକର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକ ସର୍ବପୁରାତନ ଉଚ୍ଚବିଦ୍ୟାଳୟ । ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଏହି ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଧ୍ୟୟନ କରି ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଟେକ ରଖିଛନ୍ତି ।

୨୦୧୯ ମାର୍ଚ୍ଚ ମାସରେ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ତାର ପ୍ଲାଟିନମ ଜୁବୁଲି ପାଳନ କରିସାରିଛି । ଏହା ବ୍ୟତୀତ ବହୁ ଇଂଜିନିୟର, ଆଇନଜୀବୀ, ସାମ୍ବାଦିକ, ରାଜନେତା ଏବଂ ଉଚ୍ଚପଦସ୍ଥଅଧିକାରୀ ଆଦି ପ୍ରତିଷ୍ଠିତ ବ୍ୟକ୍ତି ରାଜ୍ୟ ତଥା ବ୍ଲକ ପାଇଁ ଗୌରବ ଆଣିଛନ୍ତି । ଏବେ ଏହି ବିଦ୍ୟାପୀଠ ଏକ ନୋଡାଲ ବିଦ୍ୟାପୀଠରେ ପରିଣତ ହୋଇଥିବାବେଳେ ଏଠାରେ ୪ ଶହରୁ ଊର୍ଧ୍ଵ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଭଳି ଐତିହ ସମ୍ପର୍ଣ୍ଣ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କର ସ୍ମାର୍ଟସ୍କୁଲ ଯୋଜନାରୁ ବାଦ ଦିଆଯିବାକୁ ନେଇ ବୁଦ୍ଧିଜୀବି ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପୁରାତନ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳଙ୍କ ସମେତ ଗଣଶିକ୍ଷାମନ୍ତ୍ରୀଙ୍କୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବେଗୁନିଆ ଗୋଷ୍ଠୀଶିକ୍ଷାଅଧିକାରୀ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ପଚାରିବାରେ ସେ ଯେଉଁ ବିଦ୍ୟାଳୟ ନିର୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଯଥା, ବ୍ଲକରେ ସମ୍ପୃକ୍ତ ବିଦ୍ୟାଳୟରେ ଅଧିକ ପିଲାସଂଖ୍ୟା ଥାଇ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଥିବ ସେହି ଆଧାରରେ ପ୍ରଥମ ଦଫାରେ ସମ୍ପୃକ୍ତ ଦୁଇଟି ସ୍କୁଲକୁ ନିଆଯାଇଛି ।ଅଗାମୀଦିନରେ ଆହୁରି ଅଧିକ ସ୍କୁଲକୁ ଏହି ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କର ଯୋଜନା ରହିଛି ।ପରବର୍ତ୍ତୀ ପର୍ୟ୍ୟାୟରେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories