www.samajalive.in
Saturday, December 6, 2025
26.1 C
Bhubaneswar

ଭାଲୁର ମୃତଦେହ ଠାବ ; ପଥରରେ ଛେଚି ହୋଇ ମୃତ୍ୟୁ ସନ୍ଦେହ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଏକ ମାଈଭାଲୁର ମୃତଦେହ ଠାବ କରାଯାଇଛି। ପଥର ଚଟାଣରେ ପଡ଼ି ଭାଲୁଟିର ମୃତ୍ୟୁ ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବନକର୍ମଚାରୀମାନେ ବୁଧବାର ପାଟ୍ରୋଲିଂ କରୁଥିବା ସମୟରେ ଅଭୟାରଣ୍ୟ ଅଧୀନ ଆମ୍ବଝର ଅଞ୍ଚଳରେ ଭାଲୁଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ କୁଲଡିହା ରେଞ୍ଜର ବିଜୟ ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ଭାଲୁଟି ଅସାବଧାନତା ଯୋଗୁ ଗୋଡ଼ ଖସି ଯାଇ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ତା’ ଦେହରେ ରକ୍ତ ସବୁ ଜମାଟ ବାନ୍ଧି ଯାଇଛି। ଉଚ୍ଚସ୍ଥାନରୁ ଖସି ପଡ଼ିବା ଯୋଗୁ ପଥର ଚଟାଣରେ ଛେଚି ହୋଇ ଏଭଳି ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଭାଲୁ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories