www.samajalive.in
Monday, December 8, 2025
27.1 C
Bhubaneswar

ଗୋମାଂସ ବର୍ଜନ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହିତକର

ଜେନେଭା: ଗୋମାଂସ ଭୋଜନ ଅଭ୍ୟାସ ପରିତ୍ୟାଗ କଲେ ପରିବେଶ ଉପରେ ଗ୍ରୀନ୍‍ ହାଉସ ପ୍ରଭାବ ହ୍ରାସ ପାଇପାରିବ। କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଜୀବନ ରକ୍ଷା ପାଇପାରିବ। ୱାଲର୍ଡ ଇକନୋମିକ୍‍ ଫୋରମ୍‍ ପକ୍ଷରୁ ଗୁରୁବାର ଦିନ ଏହି ତଥ୍ୟ ପ୍ରକାଶ ପାଇଛି।
ଫୋରମ୍‍ ପକ୍ଷରୁ ଅକ୍ସଫୋର୍ଡ ମାର୍ଟିନ ସ୍କୁଲ୍‍ କରିଥିବା ଏକ ଗବେଷଣା ଲବ୍ଧ ତଥ୍ୟାନୁଯାୟୀ, ଗୋମାଂସ ବଦଳରେ ଅନ୍ୟ ପ୍ରୋଟିନ୍‍ ଜାତୀୟ ଖାଦ୍ୟ ଗ୍ରହଣ କରିବା ଅଭ୍ୟାସ ଜାରି ରଖିଲେ ବିଶ୍ୱସ୍ତରରେ ଖାଦ୍ୟସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବିକାଶଶୀଳ ଦେଶରେ ବାର୍ଷିକ ୨.୪% ଓ ବିକଶିତ ଦେଶରେ ବାର୍ଷିକ ୫% ପର୍ଯ୍ୟନ୍ତ ହ୍ରାସ ପାଇପାରିବ। ତେବେ ଗୋମାଂସ ଭକ୍ଷଣ ଯୋଗୁଁ କେଉଁ ରୋଗ ସୃଷ୍ଟି ହେଉଛି ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ନାହିଁ। ତେବେ ଯେଉଁ ହାରରେ ଗୋମାଂସ ଚାହିଦା ବୃଦ୍ଧି ପାଉଛି ଓ ଯେଉଁ ପ୍ରକ୍ରିୟାରେ ଗୋ ମାଂସ ପ୍ରକ୍ରିୟାକରଣ କରାଯାଉଛି ତାହା ବିଶ୍ୱ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। ଗୋମାଂସରେ ଥିବା ପ୍ରୋଟିନ୍‍ର ବିକଳ୍ପ ଭାବରେ ଅନେକ ସବୁଜ ଜାତୀୟ ପନିପରିବା ଓ ଶସ୍ୟକୁ ଗ୍ରହଣ କରାଯାଇପାରିବ, ଯାହା ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ହିତକର ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories