www.samajalive.in
Tuesday, December 9, 2025
16.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି କରିବ ଚିନି

ସାଧାରଣତଃ ଚିନି ସମସ୍ତଙ୍କ ଘରେ ନିଶ୍ଚତ ରୂପେ ଉପଲବ୍ଧ। ଖାଦ୍ୟ, ପାନୀୟ ପ୍ରସ୍ତୁତିରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଚିନି ସହାୟକ ହୋଇଥାଏ। ଚିନି ବ୍ୟବହାରରେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହେବା ସହ ତ୍ବଚାକୁ ଉଜ୍ଜ୍ଵଳ ଓ କୋମଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚିନିର ବ୍ୟବହାର ବିଷୟରେ –

-ଚେହେରାରୁ ମୃତ କୋଷିକା ହଟାଇବା ପାଇଁ ଆପଣ ଚିନିର ବ୍ୟବହାର କରିପାରିବେ। ସେଥିପାଇଁ ଟିକିଏ ଚିନିରେ ଲେମ୍ବୁରସ ଓ ଅଲିଭ ଅଏଲ ମିଶାଇ ଏହାକୁ ଧୀରେ ଧୀରେ ନିଜ ଚେହେରାରେ ମାଲିସ କରନ୍ତୁ। କେବଳ ଚେହେରା ନୁହେଁ ଆପଣଙ୍କ ଶରୀରରେ ଯେଉଁଠି ବି ଡେଡ୍ ସ୍କିନ୍ ଅଛି ଏହା ସାହାଯ୍ୟରେ ଆପଣ ତାକୁ ହଟାଇ ପାରିବେ ।
-ଯଦି ଆପଣ ନିଜ ଚେହେରାକୁ ଚମକପ୍ରଦ କରାଇବାକୁ ଚାଁହୁଛନ୍ତି, ତାହେଲେ ଆପଣ କିଛି ଚିନିରେ କଫି ପାଉଡର ମିଶାଇ ଏହାକୁ ଧୀରେ ଧୀରେ ନିଜ ଚେହେରାରେ ମାଲିସ କରନ୍ତୁ।
-ଯଦି ଆପଣଙ୍କ ଶରୀରରେ ​‌ଷ୍ଟ୍ରେ​‌ଚମାର୍କ କିମ୍ବା କିଛି ଦାଗ ରହିଛି, ତାହେଲେ ଆପଣ ଚିନିରେ ଟିକିଏ ମହୁ, କଫି ଓ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।  ଏହି ମିଶ୍ରଣକୁ ଦାଗ କିମ୍ବା ଷ୍ଟ୍ରେ​‌ଚମାର୍କ ସ୍ଥାନରେ ଲଗାନ୍ତୁ।
-ଚିନି ସାହାଯ୍ୟରେ ଆପଣ ଘରେ ଭ୍ୟାକ୍ସ ମଧ୍ୟ ପ୍ରସ୍ତୁତ କରିପାରିବେ। ସେଥିପାଇଁ ପ୍ରଥମେ ଚିନିରେ ଲେମ୍ବୁରସ ମିଶାଇ ଏହାକୁ ଗରମ କରନ୍ତୁ। ଗରମ ହୋଇଯିବା ପରେ ତାକୁ ଶରୀରର ସେହି ସ୍ଥାନରେ ଲଗାନ୍ତୁ ଯେଉଁଠୁ ଆପଣ କେଶ ହଟାଇବାକୁ ଚାହୁଁଛନ୍ତି। ଏବେ ତ୍ୱଚାରେ ଲାଗିଥିବା ଏହି ପ୍ରଲେପକୁ ବ୍ୟାଣ୍ଡେଜ ସାହାଯ୍ୟରେ ହଟାନ୍ତୁ। ଏହାଦ୍ୱାରା ଶରୀରରେ ଥିବା ଅଦରକାରୀ କେଶଗୁଡିକ ବାହାରି ଆସିବ।
-କେବଳ ଏତିକି ନୁହେଁ ଚିନିଦ୍ୱାରା ଆପଣ ନିଜ ଓଠକୁ ମଧ୍ୟ ଗୋଲାପୀ କରିପାରିବେ। ଚିନିକୁ ସାମାନ୍ୟ ଗୁଣ୍ଡ କରି ଏଥିରେ ନଡ଼ିଆ ତେଲ ଓ ଲେମ୍ବୁରସ ମିଶାଇ ଏହାକୁ ଓଠରେ ଧୀରେ ଧୀରେ ମାଲିସ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories