www.samajalive.in
Monday, December 8, 2025
14.1 C
Bhubaneswar

ବିଜୁ ଛାତ୍ର ଜନତା ଦଳ ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା, ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି, ସମ୍ପାଦିକା ହେଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତା ଏବଂ ଜିଲ୍ଲା ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି। ଏ ନେଇ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ତଥା ରାଜ୍ୟ ବିଜୁ ଜନତା ଦଳର
ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି।

ଏହି ପ୍ରେସ୍‍ ଇସ୍ତାହାରରେ ୩ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୩ ବରିଷ୍ଠ ଉପସଭାପତି , ୬ ଜୋନ ସଭାପତି, ୧୧ ଉପସଭାପତି, ୪୦ ସାଧାରଣ ସମ୍ପାଦକ ନାମ ଘୋଷଣା କରାଯାଇଛି। ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶ ସ୍ବାଇଁ କର୍ଯ୍ୟକାରୀ ସଭାପତି ହୋଇଛନ୍ତି। ସେହିପରି ଇପସିତା ସାହୁ ବିଜୁ ଛାତ୍ର ଜନତା ଦଳର ମହାସଚିବ ହୋଇଥିବା ବେଳେ ଅଜିତ ବେହେରା , ବିଶ୍ବପ୍ରତାପ ସାହୁ, ସ୍ବାଗତିକା ମହାନ୍ତି ବରିଷ୍ଠ ସଭାପତି ହୋଇଛନ୍ତି। ଅନ୍ୟପକ୍ଷରେ ମହର୍ଷି କଲେଜର ପୂର୍ବତନ ଛାତ୍ର ସଂସଦର ସମ୍ପାଦିକା ତଥା ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଟାଉନ ସେକ୍ରେଟେରୀ ବିଜୟ ଲକ୍ଷ୍ମୀ ଦାସ ରାଜ୍ୟ ସମ୍ପାଦିକା ଭାବେ ନୁଯୁକ୍ତି ପାଇଛନ୍ତି। ନବନିଯୁକ୍ତ କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories