www.samajalive.in
Wednesday, December 10, 2025
18.1 C
Bhubaneswar

ଚାଷୀମୁଣ୍ଡରେ ଚଡ଼କ: ୧୦ ହଜାର ହେକ୍ଟରରେ ପୋକ, ୬୭ ହଜାର ଏକର ମରୁଡ଼ି ପ୍ରପୀଡିତ

ଭୁବନେଶ୍ବର : ରାଜ୍ୟରେ ଦୁଇଟି ଜିଲାର ୧୦୪୫୬.୬୪ ହେକ୍ଟର ଜମିରେ ପୋକ ଉପଦ୍ରବରେ ଫସଲ ନଷ୍ଟ ହୋଇଥିବାବେଳେ ୩ଟି ଜିଲାର ୬୭୫୭୬.୯୪ ହେକ୍ଟର ଜମି ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିବା ସହିତ ରିଲିଫ ସହାୟତା ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିର୍ଦେଶ ଜାରି କରିଛନ୍ତି। ଏଥିନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୋକ ଉପଦ୍ରବରେ ବଲାଙ୍ଗୀର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ମରୁଡ଼ି ପ୍ରଭାବରେ ନୂଆପଡ଼ା ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜିଲାପାଳଙ୍କ ଦ୍ବାରା ଦାଖଲ କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲାର ୧୪ଟି ବ୍ଲକର ୩୦୫ଟି ଗ୍ରାମ ପଞ୍ଚାୟତର ୧୫୨୦ଟି ଗ୍ରାମ ୪ଟି ପୌର ନିଗମର ୭ଟି ୱାର୍ଡ଼ରେ ୯୦୦୮ ହେକ୍ଟର ଜମିରେ ୩୩ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୨୯୪ହେକ୍ଟର ଜମିରେ ୫୦ଭାଗରୁ ଅଧିକ ଫସଲ ପ୍ରଭାବିତ ହୋଇଛି। ଏହି ଜିଲାରେ ମୋଟ ୧୦୩୦୨ ହେକ୍ଟର ଜମିରେ ୩୩ଭାଗରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦେବଗଡ଼ ଜିଲାର ଗୋଟିଏ ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତର ୪୭ଟି ଗ୍ରାମରେ ୧୫୪.୬୪ହେକ୍ଟର ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲାର ୭ଟି ବ୍ଳକର ୧୩୭ଟି ଗ୍ରାମ ପଞ୍ଚାୟତର ୪୯୧ଟି ଗ୍ରାମରେ ୧୨୯୫୦.୪୮ ହେକ୍ଟର, ନୂଆପଡ଼ା ଜିଲାର ୫ଟି ବ୍ଲକର ୧୨୬ଟି ଗ୍ରାମ ପଞ୍ଚାୟତର ୫୭୪ଟି ଗ୍ରାମ, ୩ଟି ପୌର ପରିଷଦର ୧୨ଟି ୱାର୍ଡ଼ରେ ୩୭୬୬୬.୮୦ ହେକ୍ଟର ଏବଂ ସମ୍ବଲପୁର ଜିଲାର ୯ଟି ବ୍ଲକର ୯୭ଟି ଗ୍ରାମ ପଞ୍ଚାୟତର ୬୬୪ଟି ଗ୍ରାମ ଏବଂ ୩ଟି ପୌରାଞ୍ଚଳର ୩୩ଟି ୱାର୍ଡ଼ରେ ୧୬୯୫୯.୬୬ ହେକ୍ଟର ଜମିରେ ୩୩ପ୍ରତିଶତ ଜମିର ଫସଲ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି। ଉପରୋକ୍ତ ଅଞ୍ଚଳକୁ ତୁରନ୍ତ ପୋକ ପ୍ରଭାବିତ ଓ ମରୁଡ଼ି ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ରିଲିଫ ସହାୟତା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ଜିଲାପାଳମାନଙ୍କୁ ଦାୟିତ୍ବ ଦେଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories