www.samajalive.in
Friday, December 5, 2025
27.1 C
Bhubaneswar

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪; ହେଲା ଷ୍ଟଲ ଆବଣ୍ଟନ

ମଞ୍ଚେଶ୍ବର : ପ୍ରଦର୍ଶନୀ ପଡ଼ିଆଠାରେ ପ୍ରକାଶକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଷ୍ଟଲ ଆବଣ୍ଟନ ନେଇ ବାଟ ଫିଟିଛି। ସମସ୍ତଙ୍କ ସହମତି ଭିତ୍ତିରେ ଏଥର ଷ୍ଟଲ ଆବଣ୍ଟନ ହେବ ବୋଲି ସ୍ଥିର ହୋଇଛି। ଏ ନେଇ ପରିବର୍ତ୍ତିତ ଲେ-ଆଉଟ୍ ସରକାରଙ୍କ ପକ୍ଷରୁ ନିର୍ମାଣକାରୀ ସଂସ୍ଥାକୁ ଦିଆଯିବ ଏବଂ ସେ ସେହି ଅନୁସାରେ ଷ୍ଟଲ ନିର୍ମାଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଷ୍ଟଲ ଆବଣ୍ଟନ ଓ ନିର୍ମାଣ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ତେବେ କମିଟିର ବୈଠକ ନ ଡାକି ସରକାର ମେଳା ଲେ-ଆଉଟ୍ ପ୍ରସ୍ତୁତ କରିବା ସହ ତଦନୁଯାୟୀ ନିର୍ମାଣ କାର୍ଯ୍ୟ କରୁଥିବାରୁ ପ୍ରକାଶକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗଣତାନ୍ତ୍ରିକ ଉପାୟରେ ଷ୍ଟଲ ଆବଣ୍ଟନ କରାଯାଉ ବୋଲି ଦାବି କରି ପ୍ରକାଶକମାନେ ସରକାରଙ୍କୁ ଚିଠି ଦେଇଥିଲେ। ଚିଠି ପାଇବା ପରେ ସରକାର ଷ୍ଟଲ ନିର୍ମାଣ କାର୍ଯ୍ୟ ବନ୍ଦ ନ କରିବାରୁ ପ୍ରକାଶକମାନେ ଷ୍ଟଲ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ।

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

- Advertisement -

ବିଭାଗ ପକ୍ଷରୁ ଷ୍ଟଲ ଆବଣ୍ଟନ ନେଇ ନିଷ୍ପତ୍ତି ନେବାଲାଗି ଦୁଇଟି ପ୍ରକାଶକ ସଂଘର କର୍ମକର୍ତ୍ତାଙ୍କୁ ଡକାଯାଇଥିଲା। ବୈଠକରେ ସମସ୍ତଙ୍କ ମତାମତ ନେବା ପରେ ଷ୍ଟଲ ଲେ-ଆଉଟ୍ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ପରିବର୍ତ୍ତିତ ଆବଣ୍ଟନ ବ୍ୟବସ୍ଥା ନେଇ ସରକାରୀ ପ୍ରତିନିଧି ଓ ଉଭୟ ସଂଘର ପ୍ରତିନିଧିମାନେ ସହମତି ପ୍ରକାଶ କରିଥିଲେ। ତଦନୁଯାୟୀ ମନ୍ତ୍ରୀ ନିର୍ମାଣକାରୀ ସଂସ୍ଥାକୁ ନୂଆ ଲେ-ଆଉଟ୍ ପ୍ରଦାନ କରିବେ। ନୂଆ ଲେ-ଆଉଟ୍ ଅନୁସାରେ ଷ୍ଟଲ ଢାଞ୍ଚା ବଦଳାଇବେ ବୋଲି ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିଲେ। ବୈଠକ ପରେ ଓଡ଼ିଶା ପ୍ରକାଶକ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି ଓ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍‌ସେଲର୍ସ ଆସୋସିଏସନ୍‌ର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଏକ ମିଳିତ ପ୍ରେସ୍ ବାର୍ତ୍ତାରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଉଭୟ ସଂଘ ପ୍ରଥମରୁ ସରକାରଙ୍କ ପୁସ୍ତକମେଳା ଆୟୋଜନକୁ ସ୍ବାଗତ କରିଆସିଛି। ସମସ୍ତ ପକ୍ଷ ଗୋଟିଏ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ଏବଂ ଭବିଷ୍ୟତରେ ଉଭୟ ସଂଘ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏଥର ପୁସ୍ତକମେଳାରେ କେବଳ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ସାମିଲ କରାଯାଉଛି। ପୁସ୍ତକ ସହ ସଂଶ୍ଲିଷ୍ଟ ନଥିବା ବ୍ୟବସାୟ ଓ ପ୍ରଚାର ଅନୁଷ୍ଠାନଗୁଡ଼ିକୁ ଏଥର ମେଳାରେ ସ୍ଥାନ ଦିଆଯାଉନାହିଁ। ମୋଟ ୪୮୨ ଷ୍ଟଲ ବୁକ୍ ହୋଇଥିବା ବେଳେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଏଥର ମେଳାରେ ବହୁବିଧ ମଞ୍ଚ, ମଣ୍ଡପ ଓ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଉଛି। ସଂସ୍କୃତି ବିଭାଗ ପକ୍ଷରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦେବପ୍ରସାଦ ଦାଶ ଓ ଶୁଚୀସ୍ମିତା ମନ୍ତ୍ରୀ ବୈଠକରେ ଯୋଗ ଦେଇଥିବାବେଳେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମାନସ ରାୟ ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶା ପ୍ରକାଶକ ସଂଘ ପକ୍ଷରୁ ବନୋଜ ତ୍ରିପାଠୀ, ତୁଷାର ବରଣ ସାହୁ, ସରୋଜ, ଶୁଭ୍ରାଂଶୁ ପଣ୍ଡା, ଦେବାଶିଷ ସାମନ୍ତରାୟ, ସୁଧୀର ମଉଡ଼ମଣି ଓ ବିଜୟ କୁମାର ମହାପାତ୍ର ଆସିଥିବାବେଳେ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍‌ସେଲର୍ସ ଆସୋସିଏସନ୍ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ, ଅଜୟ କୁମାର ପଣ୍ଡା, ସୁଧାଂଶୁ ପ୍ରଧାନ ଓ ଅରୁଣ କୁମାର ମିଶ୍ର ବୈଠକରେ ଯୋଗ ଦେଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories