www.samajalive.in
Friday, December 5, 2025
23.1 C
Bhubaneswar

ନାଲକୋ ଛକରେ ଟ୍ରାକ୍ଟର- କାର୍‌‌ ମୁହାଁମୁହିଁ ଧକ୍କା ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ବୁଧବାର ବିଳମ୍ବିତ ରାତିରେ ନାଲକୋ ଛକ ଟ୍ରାଫିକ ପୋଷ୍ଟ ଉପରେ ଟ୍ରାକ୍ଟର ଓ କାର୍‌‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ,ହେଲ୍ଫର ଏବଂ କାର୍‌‌ ଚାଳକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପିସିଆର ପୁଲିସ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟି କଳିଙ୍ଗ ମେଡିକାଲରୁ ଆଚାର୍ଯ୍ୟ ବିହାର ଆଡକୁ ଯାଉଥିବା ବେଳେ କାର୍‌‌ଟି ଆଚାର୍ଯ୍ୟ ବିହାରରୁ ଡମଣା ଅଭିମୁଖେ ଯାଉଥିଲା। ୨ଟି ଗାଡି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଟ୍ରାକ୍ଟରଟି ଓଲଟି ପଡିଥିବା ବେଳେ କାର୍‌‌ର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories