www.samajalive.in
Friday, December 5, 2025
23.1 C
Bhubaneswar

ଗେଲ୍‌ଙ୍କୁ ପଛ​ରେ ପକାଇଲେ ବାବର

ଲାହୋର: କ୍ରିକେଟ୍‌ର ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଦ୍ରୁତତମ ୧୦,୦୦୦ ରନ୍‌ ସ୍କୋର୍‌ କରିବାର କୃତିତ୍ବ ହାସଲ କରିଛନ୍ତି ପାକିସ୍ତାନର ତାରକା ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍‌। ଏହି କ୍ରମରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ୟୁନିଭର୍ସାଲ ବସ୍‌ ଭାବେ ପରିଚିତ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ବାବର। ମାତ୍ର ୨୭୧ ରନ୍‌ରେ ବାବର ଆଜମ୍‌ ୧୦,୦୦୦ ଟ୍ବେଣ୍ଟି୨୦ ରନ୍‌ ପୂରଣ କରିଛନ୍ତି। କ୍ରିିସ୍ ଗେଲ୍‌ ୨୮୫ ଇନିଂସରେ ୧୦,୦୦୦ ଟ୍ବେଣ୍ଟି୨୦ ରନ୍‌ ପୂରଣ କରିଥିଲେ। ଭାରତର ବିରାଟ କୋହଲି ୨୯୯ ଇନିଂସରେ ଏହି କୃତିତ୍ବ ହାସଲକରି ୩ୟ ସ୍ଥାନରେ ରହିଛନ୍ତି। ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ରେ ବୁଧବାର ପେଶାୱର ଜାଲ୍‌ମି ପାଇଁ କରାଚି କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ବାବର ଆଜମ୍‌ ୧୦,୦୦୦ ଟ୍ବେଣ୍ଟି୨୦ ରନ୍‌ ପୂରଣ କରିଛନ୍ତି। ଏହି ମାଇଲ୍‌ଖୁଣ୍ଟ ପାର କରିବାକୁ ବାବର ମାତ୍ର ୬ ରନ୍‌ ଆବଶ୍ୟକ କରୁଥିଲେ। ଏହି ଇନିଂସରେ ଅଧିନାୟକ ବାବର ୫୧ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୭୨ ରନ୍‌ କରିଥିଲେ। ତଥାପି କରାଚି କିଙ୍ଗ୍‌ସ ବିପକ୍ଷ​ରେ ବାବର ତାଙ୍କ ଦଳକୁ ଜିତାଇ ପାରିନଥିଲେ। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ୧୩ଶ ବ୍ୟାଟ୍‌ସମ୍ୟାନ ଭାବେ ବାବର ଆଜମ୍‌ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସ୍କୋର୍‌ କରିବାର କୀର୍ତ୍ତିମାନ କ୍ରିସ୍ ଗେଲ୍‌ଙ୍କ ନାମରେ ରହିଛି। ବାମହାତି ଗେଲ୍‌ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ୧୪,୫୬୨ ରନ୍‌ ସ୍କୋର୍‌ କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories