ଭୁବନେଶ୍ୱର : ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍ପାତ। ପୁଣି ଆଉ ଏକ ଲୁଟ୍ର ଘଟଣା ବୁଧବାର ସାମ୍ନାକୁ ଆସିଛି। ଜଣେ ରେଲୱେ କର୍ମଚାରୀଙ୍କ ଘରେ ପଶି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅର୍ନ୍ତଗତ ଭୋଟପଡା ଗ୍ରାମରେ। ଗ୍ରାମର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରୁ ଏହି ଲୁଟ ହୋଇଥିବା ଜଣାପଡିଛି। ଘର ଲୋକେ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଲୁଟେରା ଘରର କବାଟ ତାଲା ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ ମଞ୍ଚେଶ୍ୱର ପୁଲିସ ତଲାସି ଆରମ୍ଭ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ହେବ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଲଗାତାର ଚୋରି ଓ ସିରିଜ ଲୁଟ୍ ହେଉଛି।
Popular Categories



