ଭୁବନେଶ୍ୱର : ପୁଣି ମହିଳାଙ୍କ ଠାରୁ ଲୁଟ । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ ଦୁର୍ବୃତ୍ତ। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ସାମ୍ନା ରାସ୍ତାରେ ଘଟିଛି ବୋଲି ମଙ୍ଗଳବାର ଜଣାପଡିଛି। ଝାରପଡା ଜେଲର ସାମ୍ନା ରାସ୍ତାରେ ମହିଳାଙ୍କ ବେକରେ କଟୁରି ଲଗାଇ ଆକ୍ରମଣ କରି ଲୁଟ କରିଛନ୍ତି। ଗୋଟିଏ ବାଇକରେ ୩ ଜଣ ଆସି ଲୁଟ କରି ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି। ଲୁଟ ପରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ। ଏହାପରେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ।
Popular Categories



