ଭୁବନେଶ୍ୱର: ଆଳି ବିଧାନସଭାର ପିଟିସନ କମିଟି ବୈଠକ ବିଧାନସଭା ସଚିବାଳୟର କମିଟି ପ୍ରକୋଷ୍ଠ ସଂଖ୍ୟା ୫୪ରେ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧକ୍ଷ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଅଶ୍ବିନୀ କୁମାର ପାତ୍ର, ପ୍ରଶାନ୍ତ କୁମାର ବେହେରା, ଦାଶରଥୀ ଗମାଙ୍ଗୋ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ସ୍ବାଇଁ, ବିଧାସଭା ସଚିବ ଦାଶରଥା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଏହି ବିଭାଗ ସମ୍ପର୍କିତ ବକେୟା ଥିବା ଆବେଦନ ପତ୍ର ଉପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଥିଲ। ।
Popular Categories



