www.samajalive.in
Monday, December 8, 2025
24.1 C
Bhubaneswar

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ବିଧାନସଭା ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ପହଞ୍ଚି ଜଣେ ମହିଳାଙ୍କୁ କାବୁ କରି ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲା। ପରବର୍ତ୍ତି ସମୟରେ ମହିଳାଙ୍କୁ ଛୁରି ଲଗାଇଥିବା ଯୁବକ ତାଙ୍କ ପୁଅ ବୋଲି ଜଣାପଡ଼ିଥିଲା। ଉକ୍ତ ଯୁବକକୁ କାବୁ କଲାବେଳେ ସେ କିଛି କହିବାକୁ ଚାହିୁଁଥିବା ଦେଖିବାକୁ ମିଳିଛି। ଏପରିକି କିଛି ମନ୍ତ୍ରୀଙ୍କ ନାଁ ଧରି ଚିତ୍କାର ମଧ୍ୟ କରିଥିଲେ। ପେର ଆଖପାଖରେ ଥିବା ପୁଲିସ୍‌ କର୍ମଚାରୀ ସେଠାରେ ପହଞ୍ଚି ଯୁବକଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକଜଣକ ମହିଳାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଉଥିବାରୁ ବହୁ କଷ୍ଟରେ ତାଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

- Advertisement -

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories