www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ତାନ ଫର୍ଟିଲିଟି ସେଣ୍ଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବାଙ୍ଗାଲୋରରେ ଏଆଇ-ପ୍ରେରିତ ଫର୍ଟିଲିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର: ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବେଙ୍ଗାଲୁରୁରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କେନ୍ଦ୍ର ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତି ଦ୍ୱାରା ପ୍ରେରିତ ଯାହା ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରଦାନ କରିବାରେ ସହାୟକ ହେବ ।
ଏହି କେନ୍ଦ୍ରର ଉଦଘାଟନ ସମାରୋହରେ ବିଶିଷ୍ଟ ଅତିଥି ଭାବେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦୀନେଶ ଗୁଡୁ ରାଓ, କର୍ଣ୍ଣାଟକର ଶିବାଜୀ ନଗର ବିଧାୟକ ଶ୍ରୀ ରିଜୱାନ ଅର୍ସଦ ଓ ଶାନ୍ତିନଗର ବିଧାୟକ ଏନ୍ ଏ ହାରିସ ଉପସ୍ଥିତ ଥିଲେ ।
ଏହି ଅବସରରେ ସନ୍ତାନର ସହ ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ରାଘବ ପ୍ରସାଦ ପଣ୍ଡା କହିଛନ୍ତି ଯେ, “ବାଙ୍ଗାଲୋରରେ ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଆଣିବା ଦିଗରେ ଏହି ଯାତ୍ରାକୁ ନେଇ ଆମେ ବେଶ ଉତ୍ସାହିତ ।’’

କଂପାନି ସୁଲଭତା ପ୍ରତି ପ୍ରତିବଦ୍ଧ ରହିଛି ଯାହା ଉନ୍ନି ପ୍ରଯୁକ୍ତି ଓ ସୁଲଭ ପେଟୋକଲ୍ ବ୍ୟବହାର କରି ସୁନିଶ୍ଚିତ କରାଯାଉଛି । ଓଡ଼ିଶାର ସବୁଠୁ ଆଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରି ଆମେ ଶହ ଶହ ଖୁସି ପରିବାର ସୃଷ୍ଟି କରିବା ସହ ସାରା ଦେଶରେ ତାହାକୁ ବ୍ୟାପକ କରିବା ଲାଗି ଏକ ପ୍ଲାଟଫର୍ମ ବିକାଶ କରିପାରିଛୁ । ପ୍ରଯୁକ୍ତି ଓ କରୁଣାର ମିଶ୍ରଣର ସେହି ପ୍ଲାଟଫର୍ମ ଆଧାରରେ ବାଙ୍ଗାଲୋର କେନ୍ଦ୍ରକୁ ସ୍ଥାପନ କରାଯାଇଛି ।
ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ଏକ ସଂସ୍ଥା ଭାବେ ସନ୍ତାନ ପକ୍ଷରୁ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ), ମେସିନ ଲର୍ଣ୍ଣିଂ (ଏମ୍‌ଏଲ୍‌) ଆଦି ପ୍ରଯୁକ୍ତିର ବ୍ୟବହାର କରି ଫର୍ଟିଲିଟି ସେବା ପ୍ରଦାନ କରାଯାଉଛି । ଏଆଇ ଓ ଏମ୍‌ଏଲ୍‌ର ଶକ୍ତିକୁ ବ୍ୟବହାର କରି ଏହା ଚିକିତ୍ସାର ପାରଦର୍ଶିତାରେ ଉନ୍ନତି ଆଣିଥିବା ବେଳେ ଫଳାଫଳ ହାରରେ ମଧ୍ୟ ଉନ୍ନତି ଆଣିପାରିଛି ।
ଦୀର୍ଘ ୯ ବର୍ଷରୁ ଅଧିକ ସମୟ ଧରି କଂପାନି ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ହେବା ଯାତ୍ରାର ସାଥୀ ହୋଇ ରହିଛି । ସନ୍ତାନର ଉତ୍ସର୍ଗୀକୃତ ଫର୍ଟିଲିଟି ସ୍ପେସିଆଲିଷ୍ଟ୍‌, ଦକ୍ଷ ନର୍ସ ଓ ସହାୟକ କର୍ମଚାରୀ ରହିଛନ୍ତି । ବିଶ୍ୱାସ ହେଉଛି ସନ୍ତାନ ପ୍ରଦାନ କରୁଥିବା ସେବାର ଏକ ପ୍ରମୁଖ ମୂଳଦୁଆ । କଂପାନି ରୋଗୀଙ୍କୁ ସଚେତନତା କରିବା ଏବଂ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories