www.samajalive.in
Monday, December 8, 2025
27.1 C
Bhubaneswar

ଖାଲି ପଡ଼ିଲା ୫୬.୫୫ ପ୍ରତିଶତ ଆଇଟିଆଇ ସିଟ୍

ଭୁବନେଶ୍ୱର: ଚଳିତ ବର୍ଷ ସରକାରୀ ଏବଂ ବେସରକାରୀ ଆଇଟିଆଇରେ ୪୩.୪୫ % ସିଟରେ ନାମ ଲେଖା ହୋଇଥିବା ବେଳେ ୫୬.୫୫% ସିଟ୍ ଖାଲି ପଡ଼ିଛି। ୨୩ ତାରିଖରେ ଆଇଟିଆଇ ନାମଲେଖା ସରିବା ପରେ ରାଜ୍ୟର ୫୦୪ ସରକାରୀ ଏବଂ ବେସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନରେ ୯୫,୪୪୨ ସିଟ୍ ରହିଥିବା ବେଳେ ୪୧,୪୬୭ ପୂରଣ ହୋଇପାରିଛି। ୫୩,୯୭୫ ସିଟ ଖାଲି ପଡ଼ିଛି। ୪୯ ସରକାରୀ ଆଇଟିଆଇ କଲେଜରେ ୧୮, ୨୫୮ ସିଟରୁ ୧୭,୩୧୪ ପୂରଣ ହୋଇଥିବାବେଳେ ୯୪୪ ସିଟ୍ ଖାଲି ପଡ଼ିଛି। ଅଧିକାଂଶ ଘରୋଇ ଆଇଟିଆଇ ଶିକ୍ଷାନୁଷ୍ଠାନରେ ୫୦ % ସିଟ ପୂରଣ ହୋଇଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନର ୨୦ % ପୂରଣ ହୋଇନାହିଁ। ସରକାରୀ ଆଇଟିଆଇ ମଧ୍ୟରୁ ସର୍ବାଧିକ ସିଟ୍ ସମ୍ବଲପୁର ଜିଲାର ହୀରାକୁଦ ଆଇଟିଆଇ କଲେଜରେ ସିଟ୍ ଖାଲି ପଡ଼ିଛି। ଏଠାରେ ୬୧୯ ସିଟ୍ ଥିବାବେଳେ ୨୧୯ ସିଟ ଫାଙ୍କା ରହିଛି। ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଆଇଟିଆଇର ୮୫୪ ସ୍ଥାନରୁ ୯୫ଟି ଖାଲି ରହିଛି। ସେହିଭଳି ଜଟଣୀ ସ୍ୱତନ୍ତ୍ର ଆଇଟିଆଇରେ ୩୩୬ ସିଟରୁ ୧୮୩ ଟିରେ ନାମଲେଖା ହୋଇ ପାରିନାହିଁ। ସୁନ୍ଦରଗଡ ଜିଲାରେ ୧୦୬, କଳାହାଣ୍ଡି ଜିଲାରେ ୫୯, କେନ୍ଦ୍ୁଝର ଜିଲାରେ ୫୯, କୋରାପୁଟ ଜିଲାରେ ୫୯, ଗଜପତି ଜିଲାରେ ୪୮ ଏବଂ କଟକ ମଧୁପାଟଣା ଆଇଟିଆଇ କଲେଜରେ ୩୮ ସିଟ୍ ଖାଲି ପଡ଼ିଛି। ୧୮ଟି ସରକାରୀ ଆଇଟିଆଇ କଲେଜରେ ୯୪୪ ସିଟ୍ ଖାଲି ପଡ଼ିଥିବା ଜଣାପଡ଼ିଛି। ଘରୋଇ ଆଇଟିଆଇ ଶିକ୍ଷାନୁଷ୍ଠାନକୁ ଦେଖିଲେ, ରାଜ୍ୟରେ ୪୫୫ କଲେଜ ରହିଛି। ସମସ୍ତ ଆଇଟିଆଇରେ ୭୭,୧୮୪ ସିଟ୍ ଅଛି। କିଛି ପ୍ରତିଷ୍ଠିତ ଘରୋଇ ଆଇଟିଆଇ ଶିକ୍ଷାନୁଷ୍ଠାନରେ ୫୦% ସିଟ୍ ପୂରଣ ହୋଇଛି। ଅବଶିଷ୍ଟ ଆଇଟିଆଇରେ ୨୦ % ସିଟରେ ନାମଲେଖା ହୋଇ ପାରି ନାହିଁ।

ଆଇଟିଆଇ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ବିମୁଖ ହେବା କାରଣ ସଂକ୍ରାନ୍ତରେ, ସରକାରୀ ଆଇଟିଆଇର ଜଣେ ଅଧ୍ୟକ୍ଷ କହିଛନ୍ତି, ଦଶମ ଉତ୍ତୀର୍ଣ୍ଣ ହେଲା ପରେ ଛାତ୍ରଛାତ୍ରୀ ଆଇଟିଆଇ ଏବଂ ଡିପ୍ଲୋମାରେ ନାମଲେଖାଇ ପାରି​‌​‌ବେ। ଦଶମରେ ବିଦ୍ୟାର୍ଥୀ ୩୫% କିମ୍ବା ଅଧିକ ନମ୍ବର ରଖିଥିଲେ ଡିପ୍ଲୋମା ଏବଂ ୩୫%ରୁ କମ୍ ରଖିଥିଲେ ଆଇଟିଆଇରେ ନାମଲେଖାଇ ପାରିବ। ଆଇଟିଆଇ ପଢି ଡିପ୍ଳୋମା କଲେ ସମୟ ଅପଚୟ ହେଉଛି। ତେଣୁ ଛାତ୍ରଛାତ୍ରୀ ଡିପ୍ଳୋମାରେ ନାମ ଲେଖାଉଛନ୍ତି। ଅନେକ ଘରୋଇ ଆଇଟିଆଇ କଲେଜରେ ପ୍ରାକ୍ଟିକାଲ ଶିକ୍ଷା ପାଇଁ ଭିତ୍ତିିଭୂମି ନାହିଁ। ଫଳରେ କର୍ମ ସଂସ୍ଥାନ ସମୟରେ ସେମାନେ ସମସ୍ୟାରେ ପଡୁଛନ୍ତି। ଶିକ୍ଷାବିତ୍ ଡ. ଲକ୍ଷ୍ମୀଧର ବେହେରା କହିଛନ୍ତି, ଛାତ୍ରଛାତ୍ରୀଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ଆଇଟିଆଇ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରନ୍ତି। ଆଇଟିଆଇ ସାରିବା ପରେ ଆତ୍ମନିର୍ଭରଶୀଳ ହୋଇ ପିଲା କର୍ମ ସଂସ୍ଥାନ ପାଏ। ହେଲେ ଜଣେ ଆଇଟିଆଇ ପିଲାକୁ ୩ରୁ ୫ ହଜାର ଟଙ୍କାରେ ନିଯୁକ୍ତି ଦିଆଯାଉଥିବାରୁ ଛାତ୍ରଛାତ୍ରୀ ଆଉ ଆଇଟିଆଇ ପ୍ରତି ଆଗ୍ରହ କରୁନାହାନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories