www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ ; ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ – ଅନୁଭବ

ଭୁବନେଶ୍ୱର : ପୁଣି ଥରେ ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ୍‌‌ ମିଡିଆ ପୋଷ୍ଟ ଚର୍ଚ୍ଚାରେ ଆସିଛି। ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ଅନୁଭବ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ଅନୁଭବ ଲେଖିଛନ୍ତି, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ। କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ‘ବିବାହ ବିଚ୍ଛେଦ ପରେ କଣ ଆମେ ଭଲ ବନ୍ଧୁ ହୋଇ ରହିପାରିବାନି’। ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ନହେଉ। ‘ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ’। ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଅନୁଭବ ଲେଖିଛନ୍ତି। ବିଚ୍ଛେଦ ପରେ ସାଙ୍ଗ ହୋଇ ରହିବା ବୋଲି ଅନୁଭବ କହିଛନ୍ତି। ସେପ୍ଟେମ୍ବର ୨୩ରେ କଟକ ପରିବାର ଅଦାଲତ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ। ଅନ୍ୟପକ୍ଷରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଥିଲେ।

 

- Advertisement -

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories