ବାସୁଦେବପୁର: ଧାମରା ପୋର୍ଟ ଥାନା ଅଂଚଳ କିଶୋର ପ୍ରସାଦ ଛକରେ ଗୁଳିକାଣ୍ଡ ଘଟିଛି। ଶନିବାର ରାତି ପ୍ରାୟ 9 ଟା ସମୟରେ କେତେକ ଅଜଣା ଯୁବକ ରାଜେନ୍ଦ୍ର ମହାପାତ୍ର(୪୭)ନାମକ ଯୁବକ ଉପରକୁ ଗୁଳି ମାଡ଼ କରିଛନ୍ତି। ତାଙ୍କ କାନ ମୁଳିରେ ଗୁଳି ବାଜିଛି। ପରିବାର ପକ୍ଷରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ପଠାଇ ଦିଆଯାଇଛି। ପରିବାରର ସୂଚନା, କିଶୋରେ ପ୍ରସାଦ ଛକରେ କେତେକ ଅଜଣା ଯୁବକ ଛିଡା ହୋଇଥିଲେ। ରାଜେନ୍ଦ୍ର କାହିଁକି ଛିଡା ହୋଇଛ ପଚାରିବାରୁ ହଠାତ ସେମାନଙ୍କ ଭିତରୁ ଜଣେ ରାଜେନ୍ଦ୍ରଙ୍କ ଉପରକୁ ଗୁଳି ଚାଲିଥିଲା। ଘଟଣା ସ୍ଥଳରେ ରାଜେନ୍ଦ୍ର ପଡିଯାଇଥିଲା। ଖବର ପାଇ ପରିବାର ଓ ସମର୍କୀୟ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଇ ଦିଆଯାଇଛି। ତେବେ ଗୁଳି କାଣ୍ଡର କାରଣ ଜଣାପଡିନି।



