ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତ ମିଶ୍ରପୁର ଗାଁରେ ଅଘଟଣ। ନଦୀରେ ବୁଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ କାରଣପଲ୍ଲୀ ଗାଁର ଝିଲ୍ଲି ମାଇତି ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଝିଲ୍ଲି ତାଙ୍କ ମାଆ ଙ୍କ ସହ ମାମୁଁ ଘର ମିଶ୍ରିପୁରକୁ ବୁଲିବାକୁ ଯାଇଥିଲା। ଅପରାହ୍ନରେ ଏକୁଟିଆ ନଦୀକୁ ଗାଧୋଇବାକୁ ଯାଇଥିଲା। ହେଲେ କୌଣସି ଅସାବଧାନତା ବଶତଃ ନଦୀରେ ଗୋଡ ଖସି ଯାଇ ବୁଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଲ୍ଲି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ନଦୀରୁ ଝିଲ୍ଲିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



