www.samajalive.in
Tuesday, December 9, 2025
16.1 C
Bhubaneswar

ବର୍ଷାରେ ବେହାଲ ବଲାଙ୍ଗିର; ନିଦ୍ରାରେ ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିରରେ ମୈାସୁମୀ ପ୍ରଭାବରେ ଆରମ୍ଭ ହୋଇଛି ପହିଲି ବର୍ଷା। ପହିଲି ବର୍ଷାରେ ହିଁ ପୈାରପରିଷଦ ପ୍ରସ୍ତୁତିରେ ଫେଲ ମାରିଥିବାରୁ ବେହାଲ ହୋଇଛି ବଲାଙ୍ଗିର । ଏହି ପହିଲି ବର୍ଷାରେ ବଲାଙ୍ଗିର ସହରର ବିଭିନ୍ନ ଡ୍ରେନ ଗୁଡିକ ଜାମ ହୋଇଥିବା ଦେଖିବାକୁ ମିଲିଛି । ସହରର ଦୈନିକ ବଜାର, ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରାସ୍ତା ଉପରେ ପାଣି ବହୁଥିବା ଦେଖିବାକୁ ମିଳିଛି ।

ପଶ୍ଚିମ ଓଡିଶାର ଗୁରୁତ୍ୱ ବହନ କରୁଥିବା ବଲାଙ୍ଗିର ଏବେ ବିଭିନ୍ନ ସମସ୍ୟା କାରଣରୁ ଅବ୍ୟବସ୍ଥିତ ହୋଇପଡିଛି। ସହରରେ ଡ୍ରେନେଜ ସମସ୍ୟା ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ଚେଷ୍ଟା ସତ୍ତ୍ବେ ଏହାକୁ ପୈାରପରିଷଦ ସୁଧାରିବାରେ ଫେଲ ମାରିଥିବା ଅଭିଯୋଗ ହୋଇଛି । ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଗୁଡିକରେ ଡ୍ରେନେଜ ସମସ୍ୟା ଦେଖିବାକୁ ମିଳିଛି । ବର୍ଷା ପୂର୍ବରୁ ଡ୍ରେନ ସଫା କରିବା ନିହାତି ଆବଶ୍ୟକ ହୋଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ପୈାରପରିଷଦ ପକ୍ଷରୁ ଉପର ଠାଉରିଆ ଭାବେ ସଫା କରାଯାଇଥିବାରୁ ଏହି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି ।
ସେହିପରି ସହରର ତଳିଆ ଅଞ୍ଚଳରେ ଥିବା ବସ୍ତି ମାନଙ୍କରେ ରହୁଥିବା ଲୋକଙ୍କ ସମସ୍ୟା ମଧ୍ୟ ସମାନ। ପହିଲି ବର୍ଷା ପରେ ଯଦିଓ ଲୋକେ ପ୍ରବଳ ତାତିରୁ ତ୍ରାହି ପାଇଛନ୍ତି କିନ୍ତୁ ପୈାରପରିଷଦର ଅବହେଳା ଯୋଗୁ ବର୍ଷାରେ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି । ଆଗକୁ ଏହି ସମସ୍ୟା ଆହୁରି ବଢିବ ବୋଲି ମଧ୍ୟ ସହରବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିରରେ ଜୁଲାଇ ମାସର ଏହି ଦୁଇ ଦିନ ମଧ୍ୟରେ ୧୪ ଟି ବ୍ଲକରେ ସମୁଦାୟ ୮୫୫ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନ ମାନଙ୍କରେ ଡ୍ରେନ ପାଣି ସବୁ ଘରକୁ ପଶିବାର ଯଥେଷ୍ଟ ସମ୍ଭାବନା ରହିଥିବା ସହରବାସୀ ପ୍ରକାଶ କରିଛନ୍ତି । ଏଥିପ୍ରତି ପୈାରପରିଷଦ ଧ୍ୟାନ ଦେବା ସହିତ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories