www.samajalive.in
Saturday, December 6, 2025
16.1 C
Bhubaneswar

ଶିବ ମନ୍ଦିରରେ ସମ୍ବଲପୁରୀ ଦିବସ ପାଳନ

ବରପାଲି: ବରପାଲି ୟାରଲୋକ ପରିବାର ପକ୍ଷରୁ ସମ୍ବଲପୁରୀ ଦିବସ ଏକ ନିଆରା ଢ଼ଙ୍ଗରେ ମହୁଲପାଳି ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ମନ୍ଦିର ପରିସରରେ ପରିବାର ସଦସ୍ୟ ଓ ସଦସ୍ୟା ମାନେ ପାରାମ୍ପାରିକ ରିତିରେ ଧୋତି ଗାମୁଛା ସହ ଶାଢ଼ି ପରିଧାନ ମାଧ୍ୟମରେ ସମ୍ବଲପୁରୀ ଦିବସକୁ ସ୍ୱାଗତ ଜଣାଇଥିଲେ। ପରେ ନିଜର ଓ ଜଗତର ସର୍ବ ମଙ୍ଗଳ କାମନା ମନାସି ମହାଦେବ ବାବାଙ୍କ ନିକଟରେ ନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଚଳିତ ବର୍ଷ କୋଭିଡ଼ ମହାମାରୀ ଦାଉରୁ ନିରାଡ଼ମ୍ବର ଆୟୋଜିତ ଉତ୍ସବ ସ୍ମୃତିକୁ ଉଜ୍ଜିବିତ୍ତ ରଖିବା ନିମନ୍ତେ ରାସ୍ତା କଡ଼ରେ ମିଳିତ ହୋଇ ଚାରା ରୋପଣ କରିଥିଲେ। ପରେ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭାରେ ଦିବସର ମୂଖ୍ୟ ତାତ୍ପର୍ଯ୍ୟ,କବି ସତ୍ୟନାରାୟଣ ବହିଦାରଙ୍କ ଜିବନଶୈଳି,ସମ୍ବଲପୁରୀ ଭାଷା ମହନତା,ଆମର ପରମ୍ପରା,ସଂସ୍କୃତି ସହିତ ଆଚାର ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ମିଳିତ ଭାବରେ ଭାଷା ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ଉଦେଶ୍ୟ ନେଇ ସଂଙ୍କଳ୍ପପାଠ କରିଥିଲେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories