www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସର ବିଚିତ୍ର ନୀତି, ଜୀବିତକୁ ମୃତ ଦର୍ଶାଇ ୨ ନିରୀହଙ୍କୁ ଜେଲ

ବରଗଡ଼/ପାଇକମାଳ: ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୁଲିସ ଦୁଇଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଜେଲ ପଠାଇବା ଘଟଣାରେ ମାନବାଧିକାର କମିଶନ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧ ଦଣ୍ଡବିଧାନ ଘୋଷଣା କରିଛନ୍ତି। ଦଣ୍ଡବିଧାନ ସ୍ବରୂପ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନ ହେବା ସହ ପୀଡିତ ବ୍ୟକ୍ତି ଦ୍ବୟଙ୍କୁ ଉକ୍ତ ଅର୍ଥରାଶି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ ପାଇକମାଳ ଥାନା ଭେଲିଆବନ୍ଧ ଗ୍ରାମର ମନୋରଞ୍ଜନ ଡନସନା ତାଙ୍କ ପୁଅ ଜିତୁ ଡନସେନା ନିଖୋଜ ହେବା ନେଇ ପାଇକମାଳ ଥାନାରେ ଗତ ୨୫.୧୨.୨୦୧୬ରେ ଏକ ଏତଲା ଦେଇଥିଲେ। କେସ ନମ୍ବର ୧୮୭ରେ ମାମଲା ରୁଜୁ ହେବା ପରେ ତତ୍‌କାଳୀନ ପାଇକମାଳ ଆଇଆଇସି ପ୍ରକାଶ କୁମାର କର୍ଣ୍ଣ ଧାରା ୩୬୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ନିଖୋଜ ଜିତୁଙ୍କ ମୋବାଇଲ ଫୋନକୁ ଉଦ୍ଧାର କରି ସେଥିରେ ଥିବା କଲ ରେକର୍ଡ ଆଧାରରେ ବରଗଡ ବିଶିପଡାର ହଲୁ ଗୁର୍ଲା ଓ ରାଘବ ନାୟକଙ୍କୁ ଦୋଷୀ ସାବସ୍ତ୍ୟ କରି କେର୍ଟ ଚାଲାଣ କରିଥିଲେ । ଏପରିକି ଜିତୁଙ୍କ ହତ୍ୟା ଅଭିଯୋଗରେ ଉଭୟଙ୍କୁ ଜେଲ ପଠାଯାଇଥିଲା, ତେବେ ଘଟଣାସ୍ଥଳରୁ ପୁଲିସ ମୃତକଙ୍କ ଶବ ଉଦ୍ଧାର କରି ନଥିଲା କି କୌଣସି ଖାସ୍ ପ୍ରମାଣ ମଧ୍ୟ ପାଇ ନଥିଲା।
ପରେ ଜିତୁର ପରିବାର ଲୋକ ଜଣିବାକୁ ପାଇଥିଲେ ଯେ ଜିତୁ ବଞ୍ଚିଛି ଓ କଲ୍‌କତାରେ ଅଛି। ଏହି ଖବର ପାଇବା ପରେ ପାଇକମାଳ ପୁଲିସକୁ ପରିବାର ଲୋ​‌େ​‌କ ସୂଚନା ଦେବା ପରେ ଜିତୁଙ୍କୁ କଲ୍‌କାତାରୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ଜିତୁ ହତ୍ୟାକାଣ୍ତ​‌େ​‌ର ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ କରାଯାଇଥିବାରୁ ମାନବ ଅଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ ପୁଲିସ୍ ବିରୋଧରେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି କମିସନ ଉଭୟ ହଲୁ ଓ ରାଘବଙ୍କୁ ଅଢ଼େଇ ଲକ୍ଷ ଟଙ୍କା ହିସାବରେ ମୋଟ ୫ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ନିର୍ଦେଶ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି।
ହଲୁ ଓ ରାଘବ ମାନବାଧିକାର କମିଶନଙ୍କ ରାୟ ପରେ ଖୁସି ବ୍ୟକ୍ତ କରିଥିବାବେଳେ ସେମାନଙ୍କୁ ପାଇକମାଲ ପୁଲିସ ଅଯଥାରେ ହଇରାଣ କରିବା ସହିତ ମାଡ଼ପିଟ କରି ଜେଲଖାନାକୁ ପଠାଇଥିଲା ବୋଲି କହିଛନ୍ତି ା ପୁଲିସର ଏପରି ବର୍ବୋରୋଚିତ କାଣ୍ଡର ସେମାନେ ନିନ୍ଦା କରିଥିବାବେଳେ ମାନବାଧିକାର କମିଶନର ରାୟ ପରେ କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି ା ମାତ୍ର ଯେଉଁ ସମୟତକ ସେମାନେ ମାନସିକ ଚାପରେ ଜେଲ ଦଣ୍ଡ ଭୋଗିଲେ ତାହା କିଏ ଫେରାଇବ ବୋଲି ପ୍ରଶ୍ନ କରିଛନ୍ତି ା

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories