www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ୟାରେ ଧୋଇଗଲା ଗ୍ରାମ୍ୟ କଂକ୍ରିଟ ରାସ୍ତା 

ବାଙ୍କୀ: ଚଳିତ ବନ୍ୟାରେ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର ହେକ୍ଟର ହେକ୍ଟର ଧାନା ଚାଷ ଓ ପରିବା ଫସଲ ପାଣିରେ ବୁଡି ପଚିସଢି ନଷ୍ଟ ହୋଇଯାଇଛି। ସେହିପରି ବନ୍ୟା ଜଳ ୮ଦିନରୁ ଅଧିକ ଦିନଧରି ରାସ୍ତା ଘାଟ ବୁଡି ରହିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ଏହି ପଞ୍ଚାୟତ ଅଧିନ ଡମପଡା-ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଥିବା ଚାରିଘେରିଆ ଗାଁ। ୧୦୦ପରିବାରରୁ ଅଧିକ ବସବାସ କରୁଥିବା ଗ୍ରାମଟିକୁ ସଞ୍ଜୋଗ କରିବା ପାଇଁ ବାଙ୍କୀ କଟକମୁଖ୍ୟ ରାସ୍ତା ଠାରୁ ପ୍ରାୟ ୧କିମି ସଞ୍ଜୋଗୀ କଂକ୍ରିଟ ଢଳେଇ ରାସ୍ତାଟି ଲୋକମାନଙ୍କର ଯାତାୟତାରେ ବହୁ ସୁବିଧା ହେଉଥିଲା। ମାତ୍ର ଚଳିତ ବନ୍ୟାରେ ଦୀର୍ଘଦିନ ଧରି ବୁଡି ରହିବା ଓ ପାଣିର ପ୍ରଭାବରେ ରାସ୍ତାଟିର ୩ରୁ ୪ଟି ସ୍ଥାନରେ ୩ମିଟରରୁ ୫ମିଟର ପର୍ଯ୍ୟନ୍ତ ରାସ୍ତା ଧୋଇ କଂକ୍ରିଟ ଢଳେଇ ଉଠିଯାଇଛି। ବନ୍ୟା ଛାଡିଗଲା ପରେ ଗ୍ରାମବାସୀଙ୍କ ଯାତାୟତରେ ରାସ୍ତାଟି ସମସ୍ୟା ସୃଷ୍ଟି କରିଛି। ଚାରିଘେରିଆ ଗ୍ରାମବାସୀଙ୍କ ଅନୁରୋଧ କ୍ରମରେ ବିଭାଗୀୟ ଅଧିକାରୀ ରାସ୍ତା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ସମାଜସେବୀ ନରେନ୍ଦ୍ର ସାହୁ,ଗ୍ରାମବାସୀ ହେମନ୍ତକୁମାର ଧଳ,ଶିଶିର ପରିଡା,ଘନ ବେହେରା,ନାରାୟଣ ଧଳସାମନ୍ତ ପ୍ରମୁଖ ଅନୁରୋଧ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories