ବାଙ୍କୀ : ଆଗାମୀ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ଅଧିକାରୀ ମାନଙ୍କୁ ଗୁରୁବାର ଦିନ ୩ୟ ତଥା ବୁଷ୍ଟର ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ବ୍ଲକ ପରିସରରେ ଆୟୋଜିତ ଟିକାକରଣ ଶିବିରରେ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ସମେତ ବାଙ୍କୀ ବ୍ଲକ,ବାଙ୍କୀ ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଫାଷ୍ଟ ପୋଲିଂ ପାର୍ଟି ଅଧିକାରୀ ମାନେ ଏହି ବୁଷ୍ଟର ଡୋଜ୍ ଟିକା ନେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଆଜି ୧୧୬ଜଣ କୋଭିଡ୍ ଟିକାର ୩ୟ ମାତ୍ରା ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ମିଶ୍ର,ଆକାଉଣ୍ଟସ ଅଫିସର ମଧୁସ୍ମିତା ପରିଡା ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ।
Popular Categories



