www.samajalive.in
Monday, December 8, 2025
14.1 C
Bhubaneswar

ସାମାନ୍ୟ ବର୍ଷାରେ ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତା ଜଳାର୍ଣ୍ଣବ; ଯାତାୟତ ବାଧାପ୍ରାପ୍ତ

କଳାପଥର(ବାଙ୍କୀ) : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ୧୧ ନମ୍ବର ଓ ୧୨ ନମ୍ବର ଓାର୍ଡ ମଧ୍ୟ ଦେଇ ଯାଇଥିବା ବାଙ୍କୀ – ବୈଦ୍ୟେଶ୍ୱର ରାସ୍ତାର କଲେଜ ଛକ ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହୋଇ ପଡୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ପଶ୍ଚିମବାଙ୍କୀ ଅଞ୍ଚଳର ଜନସାଧାରଣଙ୍କ ସମେତ ଉଭୟ ଓାର୍ଡର ଶତାଧିକ ଲୋକ ଅକଥନୀୟ ଦୃର୍ଦ୍ଧଶାର ସମ୍ମୁଖିନ ହେବାକୁ ପଡୁଛି। ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ତ୍ତୁପକ୍ଷଙ୍କ ପକ୍ଷରୁ ଡ୍ରେନେଜ ବ୍ୟବସ୍ଥା ସେଭଳି ଭାବରେ ହୋଇ ନଥିବାରୁ ବର୍ଷା ଜଳ ନିଷ୍କାସନ ଠିକଣା ଭାବରେ ହେଉ ନଥିବାରୁ ଜନସାଧାରଣ ହନ୍ତସନ୍ତ ହେବାକୁ ପଡୁଛି। ମୁଖ୍ୟ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବର୍ଷାଜଳ ଜମି ରହିବା ଫଳରେ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜଣାଯାଇଛି ଯେ,ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ୧୭ ଗୋଟି ଓାର୍ଡ ମଧ୍ୟରୁ ବିଭିନ୍ନ ଓାର୍ଡରେ ବର୍ଷା ଜଳର ନିଷ୍କାସନ ବ୍ୟବସ୍ଥା ସଠିକ ଭାବରେ ହୋଇ ପାରି ନାହିଁ। ଭିନ୍ନ ଭିନ୍ନ ସମୟରେ ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦକୁ କୋଟି କୋଟି ଟଙ୍କା ଆସୁଥିଲେ ହେଁ, ତୃଟି ପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଜଳ ନିଷ୍କାସନରେ ଅନ୍ତରାୟ ସୃଷ୍ଟି କରୁଛି। ଏପରିକି ବହୁ ଓାର୍ଡରେ ଡ୍ରେନ୍ ଗୁଡିକ ମଇଳା ଆବର୍ଜନାରେ ପୋତି ହୋଇ ପଡିଲାଣି। ଗତ ବର୍ଷ ଉନ୍ନତି ଯୋଜନାରେ ପ୍ରତ୍ୟେକ ୱାର୍ଡକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇଥିଲା। ଏଥିରେ ରାସ୍ତା ମରାମତି, ଡ୍ରେନେଜ ବ୍ୟବସ୍ଥା କରାଯିବାକୁ ନିର୍ଦେଶ ରହିଥିଲା। କିନ୍ତୁ ଦେଖା ଯାଇଥିଲା ଯେ, ବହୁ ୱାର୍ଡରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯାଇ ନିଜକୁ ଶୁହାଇଲା ଭଳି କାର୍ଯ୍ୟ ସଂମ୍ପାଦିତ ହୋଇଥିଲା। ଏହାର ନିଛକ ଉଦାହରଣ ୱାର୍ଡରେ ଦେଖିବାକୁ ମିଳେ। ଉକ୍ତ ୱାର୍ଡର ଲକ୍ଷାଧିକ ଟଙ୍କା ବ୍ୟୟରେ ଯେଉଁ ଡ୍ରେନ ନିର୍ମାଣ କରାଯାଇଛି ତାହା କେଉଁ କାମରେ ଆସିବ ସାଧାରଣରେ ପ୍ରଶ୍ନ ହେଉଛି। ଏଥିନେଇ ଗତ ବର୍ଷ ବହୁ ଅଭିଯୋଗ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ ଚାପରେ ବିଲ୍ କରି ଦିଆଗଲା। ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ୧୧ ନମ୍ବର ଓ ୧୨ ନମ୍ବର ଓାର୍ଡ ମଧ୍ୟଦେଇ ଯାଇଥିବା ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତାର କଲେଜ ନିକଟସ୍ଥ ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ହେବା ପାଇଁ ବିଭିନ୍ନ ସମୟରେ ଡ୍ରେନ ନିର୍ମାଣରେ ଲକ୍ଷାଧିକ ଟଙ୍କା ବିନିଯୋଗ ହେଉଛି। କିନ୍ତୁ ତୃଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ବର୍ଷାଜଳ ଖାଲି ହେବା ପରିବର୍ତ୍ତେ ରାସ୍ତା ଉପରେ ଭାସୁଛି। ଏପରିକି ମଇଳା ଆବର୍ଜନା ପାଣି ମଧ୍ୟ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି। ଉକ୍ତ ରାସ୍ତା ଦେଇ ହଜାର ହଜାର ଜନସାଧାରଣ ଯିବା ଆସିବା କରୁଥିଲେ ହେଁ ଏହାର ସମାଧାନ ପ୍ରତି କାହାର ନଜର ନାହିଁ। ପୂର୍ବରୁ ଅଜକୁ ପ୍ରାୟ ୧୫ ବର୍ଷ ତଳେ ରାସ୍ତାର ଦକ୍ଷିଣ ପାର୍ଶ୍ବରେ ପ୍ରାୟ ୮ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ଡ୍ରେନ ନିର୍ମାଣ କରାଯାଇଥିଲା। ମାତ୍ର ଏହାର ନିର୍ମାଣ କାର୍ଯ୍ୟ ନସରୁଣୁ ତାହା ଭାଙ୍ଗିରୁଜି ପଡିଥିଲା। ପରେ ପୁର୍ଣ୍ଣଶ୍ଚ ପ୍ରାୟ ୧୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ଡ୍ରେନ ନିର୍ମାଣ କରାଗଲା। ତଥାପି ପୂର୍ବପରି ଲାଗି ରହିଛି। ବର୍ଷା ଜଳ ଓ ମଇଳା ଡ୍ରେନ ପାଣି ଠିକ୍‍ ଭାବରେ ନିଷ୍କାସନ ହୋଇପାରୁ ନାହିଁ। ଯାହା ଆଜି ସାମାନ୍ୟ ବର୍ଷାରେ ରାସ୍ତାଟି କିପରି ଜଳମଗ୍ନ ହୋଇପଡିଛି ତାହା ଦେଖିବାକୁ ମିଳିଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories