ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ସେନା ଦକ୍ଷତା ବଢାଇବାରେ ଲାଗିଛି ବାଂଲାଦେଶ । ବାଂଲାଦେଶ ସାଉଦି ସହିତ ପ୍ରଥମ ସୁରକ୍ଷା ସହଯୋଗ ବୈଠକ କରିଛି । ଏଥିରେ ବାଂଲାଦେଶ ଓ ସାଉଦି ଆରବର ସୁରକ୍ଷା ଅଧିକାରୀ ସାମିଲ ଥିଲେ । ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ବାଂଲାଦେଶ ଭାରତ ବିରୋଧୀ ବୟାନ ଦେଇଛି । ଉଭୟ ଦେଶର ସୈନ୍ୟ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ବାଂଲାଦେଶ ଓ ସାଉଦି ଆରବ ମଧ୍ୟରେ ଏହି ବୈଠକ ହୋଇଛି ।
A historic moment! Led by Lt Gen S M Kamrul Hassan 🇧🇩 & Maj Gen Hamed Rafi Al-Amri 🇸🇦, the 1st Bangladesh-Saudi Joint Committee Meeting on Defense Cooperation in Dhaka fostered Muslim brotherhood & strategic ties. Future collaboration awaits! #BangladeshSaudiDefense pic.twitter.com/ZBtmEts4Bi
— Defence research forum DRF (@Defres360) May 8, 2025
ବାଂଲାଦେଶ ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରିବା ପାଇଁ ଚେଷ୍ଟା ଚଳାଇଛି । ସୈନ୍ୟ ପ୍ରଶିକ୍ଷଣ, ଶିକ୍ଷା, ସୈନ୍ୟ ଅଭ୍ୟାସ କ୍ଷେତ୍ରରେ ସମନ୍ବୟ ରକ୍ଷାକରିବା ଏହି ୩ ଦିବସୀୟ ବୈଠକର ଉଦ୍ଦେଶ୍ୟ । ମେଜର ଜେନେରାଲ ଅଲ ଣରୀ କହିଛନ୍ତି କି ଇସଲାମୀ ଭାଇଚାରାରେ ବାନ୍ଧି ହୋଇଥିବା ୨ ଦେଶ ଓ ଅନ୍ୟ କ୍ଷେତ୍ରକୁ ମିଶାଇ କାମ କରିବା ଜାରି ରଖିବେ । ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ମଜଭୁତ କରିବା ଦ୍ବାରା ଆଗାମୀ ଯାତ୍ରା ସୁଗମ ହେବ ବୋଲି ସେ କହିଛନ୍ତି ।



