www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶର ୨୨ ମହଲା କୋଠାରେ ଅଗ୍ନିକାଣ୍ଡ; ୫ ମୃତ, ୬୦ ଆହତ

ଢାକା : ବାଂଲାଦେଶର ରାଜଧାନୀ ଢାକାର ବନାନୀ ଅଞ୍ଚଳରେ ଥିବା ଏକ ୨୨ ମହଲା କୋଠାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୬୦ରୁ ଅଧିକ ଆହତ ହୋଇଛନ୍ତି। ନିଅାଁ ଲିଭାଇବା ପାଇଁ ବାୟୁ ସେନା ଏବଂ ନୌ ସେନା ଯବାନଙ୍କୁ ମୁତୟନ କରାଯାଇଛି।
ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୧୨ଟା ୫୨ ସମୟରେ ବନାନୀ ଅଞ୍ଚଳସ୍ଥିତ ଏକ ୨୨ ମହଲା କୋଠାର କେତେକ ମହଲାରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଚାହୁଁଚାହୁଁ ନିଆଁ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ କେତେକ ଲୋକ କୋଠାରୁ ତଳକୁ ଡେଇଁ ଆହତ ହୋଇଛନ୍ତି। ଜଳନ୍ତା ଅବସ୍ଥାରେ ୬ ଜଣ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲିକପ୍ଟର ଯୋଗେ ଜଳୁଥିବା କୋଠା ଉପରେ ପାଣି ଢଳାଯାଇଛି। ଉପର ମହଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚଳାଯାଇଛି। ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ୨୨ ପ୍ଲାଟୁନ୍‍ ଅଗ୍ନିଶମ ଦଳ ଓ ଦମକଳ ଗାଡ଼ି ମୁତୟନ କରାଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories