www.samajalive.in
Friday, December 12, 2025
19.1 C
Bhubaneswar

‘ବନ୍ଦେଉତ୍କଳ ଜନନୀ’କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ୍ କରି ରାଜ୍ୟବାସୀଙ୍କୁ ଦିପାବଳୀ ଭେଟି, ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର: କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେଉତ୍କଳ ଜନନୀ’ ରାଜ୍ୟ ସଂଗୀତକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ଅଭିନନ୍ଦନ ଜଣାଇଛି। ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଆଜି ମାନ୍ୟବର ନବୀନ ପଟ୍ଟନାୟକଙ୍କ ଉତ୍କଳ ଜନନୀ ପ୍ରୀତି ବା ଓଡ଼ିଆ ପ୍ରୀତିର ପଟ୍ଟାନ୍ତର ନାହିଁ ବୋଲି ପ୍ରକାଶ କରିଛନ୍ତି। ଜଣେ ସଚ୍ଚୋଟ ମାତୃଭକ୍ତିର ପରିଚୟ ପ୍ରଦାନକରି ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ। ଗତ ମେ’ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସାଢେ ଚାରିକୋଟି ଓଡ଼ିଆ, ଓଡ଼ିଶା ତଥା ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଏହି ମାତୃ ବନ୍ଦନାକୁ ଏକ ସମୟରେ ଗାନ କରି ଓଡ଼ିଆ ପ୍ରୀତିର ପରିଚୟ ପ୍ରଦାନ କଲେ। ସ୍କୁଲ ପାଠ୍ୟକ୍ରମରେ ଏହା ସ୍ଥାନ ପାଇବା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ଠିକ୍ ସେହିଭଳି ଓଡ଼ିଶାର ନିଜସ୍ୱ ସମରକଳା ‘ପାଇକ ଆଖଡ଼ାକୁ’ ରାଜ୍ୟ କ୍ରିଡ଼ାର ମାନ୍ୟତା ସହିତ ଏହାକୁ ସ୍ୱୁଲ, କଲେଜରେ ସାମିଲ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଦାବୀ କରରାଯାଇଛି। ଆଜି ଏହି ମର୍ମରେ ମହାସଂଘ ପକ୍ଷରୁ ପ୍ରଫେସର ଗାୟନ ସାମଲ, ଇଂ.ଶିବ ପ୍ରସାଦ ମିଶ୍ର, ସ୍ତମ୍ଭକାର ବିଭୂତି ଭୂଷଣ ସ୍ୱାଇଁ, ପାଇକ ବିଶାରଦ କେଦାର ଦାସ, ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାର ସିଂହ, କଟକ ଜିଲା ସଭାପତି ରାଜକିଶୋର ବେହେରା ଭୂବନେଶ୍ୱର ପାଇକ ମହାରଥି ଅଜୟ ନାଏକ ପ୍ରଭୃତି ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories