www.samajalive.in
Thursday, December 11, 2025
18.1 C
Bhubaneswar

ବଳିତା ଝରଣା କଟା ଉନ୍ନତିକରଣରେ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗ

ଦେବଗଡ଼ : ବାରକୋଟ ବ୍ଲକ ଡଁରା ପଂଚାୟତ ଅଧିନରେ ସି.ଏଫ୍‍.ସି./ଏଫ୍‍.ଏଫ୍‍.ସି.ଯୋଜନାରେ ହୋଇଥିବା ବଳିତା ଝରଣା କଟା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହେରଫେର ନେଇ ଡଁରା ଗ୍ରାମ ପଂଚାୟତବାସୀ ଦେବଗଡ ଜିଲାପାଳଙ୍କ ସମେତ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ପଂଚାୟତିରାଜ ବିଭାଗ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଂଚଳବାସୀ ସେମାନଙ୍କର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସି.ଏଫ୍‍.ସି./ଏଫ୍‍.ଏଫ୍‍.ସି.ଯୋଜନାରେ ୭ଲକ୍ଷ ୮୪ ହଜାର ୩୨ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବଳିତା ଝରଣା କଟାର ଉନ୍ନତି କରଣ କାର୍ଯ୍ୟରେ ସମସ୍ତ ପ୍ରକାର ନିୟମାବଳୀର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଏହି କାର୍ଯ୍ୟ ନିମନ୍ତେ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ଲାନ ପ୍ଲସରେ କୌଣସି ଅନୁମୋଦନ କରାଯାଇନଥିବା ବେଳେ ୨୦୨୦-୨୧ ଆର୍ଥୀକ ବର୍ଷରେ ଗତ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଇ- ଗ୍ରାମ ସ୍ୱାରାଜରେ ମଧ୍ୟ ଅନୁମୋଦନ କରାଯାଇନାହିଁ। ନିର୍ମାଣ କାର୍ଯ୍ୟ ପୂର୍ବରୁ ବଳିତା ଝରଣା କଟାର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ଫଳକ ନିର୍ମାଣ କରାଯାଇନଥିବା ବେଳେ ସମ୍ପୂର୍ଣ୍ଣ ବିଲ ଉଠାଣ ପରେ ମଧ୍ୟ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅଭିଯୋଗ ପରେ ନିର୍ମୀତ ସୂଚନା ଫଳକରେ ଆର୍ଥିକ ବର୍ଷ ସମ୍ପର୍କରେ ସୂଚନା ଉଲ୍ଲେଖ କରାଯାଇନାହିଁ। ସି.ଏଫ୍‍.ସି. ଯୋଜନାରେ ଗ୍ରାମଂଚଳ ଭିତ୍ତିଭୁମୀର ବିକାଶ, ଜନମଙ୍ଗଳ କାର୍ଯ୍ୟ ତଥା ପଂଚାୟତର ନିଜସ୍ୱ ଆୟ ସୃଷ୍ଟି କରିପାରୁଥିବା ଯୋଜନା ନକରି ଗାଇଡଲାଇନ ବାହାରେ ବେଆଇନ କାର୍ଯ୍ୟ କରାଯାଇଥିବା ଅଭିଯୋଗ କରାଯାଇଛି। ଏଥିସହ ଉକ୍ତ ସ୍ଥାନରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କାର୍ଯ୍ୟ କରାନଯାଇ ପୁରୁଣା ପୋଖରୀକୁ ଅଳ୍ପ ଖର୍ଚ୍ଚରେ ନୂଆଁ ରୂପ ଦେଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ମଧ୍ୟ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଡଁରା ଗ୍ରାମ ପଂଚାୟବ୍ୱାରକୋଟ ବ୍ଲକର ଦର ମହକୁମା ଗ୍ରାମ ପଂଚାୟତ ହୋଇଥିବାରୁ ସେଠାରେ ବିଭିନ୍ନ ବ୍ଲକ ଓ ଜିଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲେ ମଧ୍ୟ ସେଠାରେ ଖେଳ ପଡିଅ ଗୁଡିକର ଉନ୍ନତିକରଣ କରାନଯାଇ ଉନ୍ନତି କରଣ କେବଳ ମାଟି କାମରେ ସୀମୀତ ରହୁଛି। ଡଁରା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଥିବା ଝଖେଳ ପଡିଆ, ରାସ୍ତା ଘାଟ, ଗୋଷ୍ଠୀ କେନ୍ଦ୍ର, ପାଠାଗାର ଇତ୍ୟାଦିର ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ନଦେଇ ସ୍ୱଳ୍ପ କାଳ ସ୍ଥାୟୀ କାର୍ଯ୍ୟକରି ସରକାରଙ୍କର କୋଟି କୋଟି ଟଙ୍କା ହଡପ କରାଯାଉଥିବା ଅଂଚଳବାସୀ ଉକ୍ତ ଅଭିଯୋଗରେ ଉଲ୍ଲେଖ କରି ଅନିୟମିତତା ଓ ଦୁର୍ନୀତିରେ ସମ୍ପୃକ୍ତ ପଦାଧିକାରୀ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ବଳିତା ଝରଣା କଟା ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହେରଫେର ହୋଇଥିବା ସମ୍ପର୍କରେ ଗତ ୧ ତାରିଖ ଦିନ ‘ସମାଜ’ରେ ତଥ୍ୟ ଭିତ୍ତିକ ତଥା ବିସ୍ତୃତ ସଚିତ୍ର ଖବର ପ୍ରକାଶ ପାଇଥିଲା।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories